କୋଦଳା ଓ ବେଗୁନିଆପଡ଼ାରେ ବିଜେପିର ପରାକ୍ରମ ଶୋଭାଯାତ୍ରା, ସାମିଲ୍ ହେଲେ ବିଭିନ୍ନ ବର୍ଗର ଲୋକେ

ବେଗୁନିଆ ପଡ଼ା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଅପରେସନ ସିନ୍ଦୂରର ସଫଳତାକୁ ନେଇ ବିଜେପିର ପରାକ୍ରମ ଶୋଭାଯାତ୍ରା। ଗଞ୍ଜାମ କୋଦଳା ଓ ବେଗୁନିଆପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି ପରାକ୍ରମ ଶୋଭାଯାତ୍ରା। କୋଦଳା ଦଣ୍ଡିଶ୍ୱର ମନ୍ଦିର ଠାରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ବେଗୁନିଆପଡ଼ା ମଧ୍ୟ ପରିକ୍ରମା କରିଛି। କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ବେଗୁନିଆପଡ଼ା ବ୍ଳକ ଅଧ୍ଯକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, କୋଦଳା ଏନ୍ ଏ ସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ଯକ୍ଷା ରଞ୍ଜିତା ସେଠୀ, ବିଜେପି ନେତା ଚିତ୍ରସେନ ପରିଡା, ବହୁ ଜନପ୍ରତିନିଧି, ବ୍ଲକ ଓ ଏନ୍ ଏ ସି କର୍ମଚାରୀ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ତ୍ରିରଙ୍ଗା ପତାକା ଧରି ଏହି ଶୋଭାଯାତ୍ରାରେ ସମସ୍ତେ ସାମିଲ ହୋଇଥିଲେ ।ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଛି। ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ଏହାକୁ ଉପସ୍ଥାପନା କରାଯାଇଛି ।

Leave a Reply

Your email address will not be published. Required fields are marked *