ପୋଲସରା : ବିଜେଡ଼ିର ସାଙ୍ଗଠନିକ ବୈଠକ ଓ ପଞ୍ଚାୟତ ସଭାପତିଙ୍କୁ ସମ୍ବର୍ଦ୍ଧନା

ପୋଲସରା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ପୋଲସରା ବ୍ଲକ ଅନ୍ତର୍ଗତ ବୁଢେଇସୁଣୀ ଗ୍ରାମର ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଆଜି ଅର୍ଥାତ ୧୬/୦୫/୨୫ ତାରିଖ ଶୁକ୍ରବାର ଦିନ ବିଜୁ ଜନତା ଦଳର ସାଙ୍ଗଠନୀକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ପଞ୍ଚାୟତ ସ୍ତରରୁ ବିଜୁଜନତା ଦଳର ସଂଘଟନ କୁ ସୁଦୃଢ଼ କରିବା ପାଇଁ କର୍ମୀ ମାନଙ୍କୁ ଆଜି ଏଠାରେ ଆହ୍ଵାନ ଦେଇଛନ୍ତି। କିଭଳି ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଓ ବୁଗୁଡ଼ା ବ୍ଳକରେ ବିଜେପି ଧରାଶାୟୀ କରିବା ପାଇଁ ଆଜି ଠାରୁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାସହିତ ସର୍ବସମ୍ମତି କ୍ରମେ କାହ୍ନୁଚରଣ ସାହୁ କୁ ପଞ୍ଚାୟତ ସଭାପତି ଭାବେ ବିଜେଡି ଦଳ ପକ୍ଷରୁ ଚୟନ କରାଯାଇଥିଲା । ଏବଂ ପୂର୍ବତନ ବିଧାୟକ ଶ୍ରୀ ସାହୁ କାହ୍ନୁଚରଣ ସାହୁ ଙ୍କୁ ସମ୍ବର୍ଦ୍ଧନା କରିଥିଲେ।ଏଠାରେ ପୋଲସରା ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା,ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ଅଶୋକ ବିଷୋୟୀ, ବିକ୍ରମ ନାୟକ,କେନ୍ଦୁବାଡି ସରପଞ୍ଚ ବିଜୟ ସ୍ବାଇଁ,ଗୋରାଚାନ୍ଦ ସାହୁ କାର୍ତ୍ତିକ ଜେନା, ଘନଶ୍ୟାମ ଦାସ,ଟୁନା ସାହୁ, ରମେଶ ପ୍ରଧାନ, ବାସୁଦେବ ନାୟକ ସମେତ ବହୁ ଜନପ୍ରତିନିଧି ଓ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *