ଭଂଜନଗର ରେ ଦ୍ବାଦଶ ତମ ଆର୍ଟ ଅଫ ଗିଭିଂ ଡେ ପାଳିତ

ଭଂଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଭଂଜନଗର ନିକଟସ୍ଥ ତନରଡା ସ୍ଥିତ ସତ୍ୟଶ୍ରୀ ଜରାଶ୍ରମ ଠାରେ ଦ୍ଵାଦଶ ତମ “ଆର୍ଟ ଅଫ୍ ଗିଭିଂ ଡେ” ପାଳିତ ହୋଇଯାଇଛି । ସମାଜସେବୀ ଡଃ ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷର ବିଷୟ ରହିଥିଲା “ନେଇବର୍ ଗୁଡ୍” ର ମହତ୍ୱ ଏବଂ “ଦାନ କରିବାର କଳା” କୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଅତିଥି ମାନେ, ଆଶ୍ରମ ର ଅନ୍ତେବାସୀଙ୍କୁ ଅବଗତ କରାଇଥିଲେ । ଏହାସହ ଅନ୍ତେବାସୀଙ୍କୁ, କିଛି ସୁଖିଲା ଖାଦ୍ୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର କେଏସୟୁବି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ବାଲ୍ମୀକି ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପାତ୍ର, କିମସ୍ କର୍ମଚାରୀ ଶୁଭେନ୍ଦୁ ପଟ୍ଟନାୟକ, କିସ୍ କର୍ମଚାରୀ ନିରାକାର ନାୟକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ବୃଦ୍ଧ, ବୃଦ୍ଧା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *