ଭଞ୍ଜନଗର ସହରରେ ବୁଲିଲା ୧୦୦ ମିଟର ଲମ୍ବା ତ୍ରିରଙ୍ଗା

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଅପରେଶନ ସିନ୍ଦୁର’ର ସଫଳତାକୁ ନେଇ ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇବା ଓ ଉତ୍ସାହିତ କରିବା ସକାଶେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ଚାଲିଛି। ରବିବାର ଭଞ୍ଜନଗର ସହରରେ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ଶୋଭାଯାତ୍ରା ଭଞ୍ଜନଗର ସହର ପରିକ୍ରମା କରିଥିଲା। ୧୦୦ ମିଟର ଲମ୍ବ ତ୍ରିରଙ୍ଗା ପତାକା ଧରି ଲୋକେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରାକୁ ଭାଜପା ଘୁମୁସର ସାଙ୍ଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର ସଂଯୋଜନା କରିଥିଲେ।ବ୍ଲକ ଅଧ୍ୟକ୍ଷ ନରସଭା ନାୟକ, ଏମପି ପ୍ରତିନିଧି ସନ୍ତୋଷ ତିଆଡ଼ି, ଶିବ ଶଙ୍କର ପ୍ରଧାନ, ରବିନ୍ଦ୍ର ଗୌଡ଼, ଧୋବା ଗୌଡ଼, ଶିବ ପ୍ରସାଦ ମହାପାତ୍ର, ସୁବାସ ଚନ୍ଦ୍ର ବରାଡ଼,ଗିରିଜା ଶଙ୍କର ଭୂୟାଁ, ସନ୍ତୋଷ କୁମାର ପାଳ, ରଞ୍ଜିତ ପାତ୍ର,ଆବାସ ଅଲ୍ଲୀ ଖାନ, ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *