ଭଞ୍ଜନଗର : ତାରସିଙ୍ଗି ଥାନା ରେ ରକ୍ତଦାନ ଶିବିର, ୧୦୫ ୟୁନିଟ ରକ୍ତ ସଂଗ୍ରହ

ଭଞ୍ଜନଗର (ଓଡ଼ିଶା ଟୁଡେ ): ଗ୍ରୀଷ୍ମକାଳୀନ ରକ୍ତ ସଙ୍କଟ କୁ ଦୂରୀକରଣ କରିବା ପାଇଁ ଏବଂ ରକ୍ତଦେଇ ଜୀବନ ବଞ୍ଚାଇବା ଭଳି ମହତ କାର୍ଯ୍ୟ ପାଇଁ ରକ୍ତଦାନ ଶିବିର ଆୟୋଜନ ହୋଇଛି ଗଞ୍ଜାମ ଜିଲ୍ଲାର ଉପାନ୍ତ ଇଲାକା ଭାବେ ପରିଚିତ ତାରସିଂ ଥାନାରେ। ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ପୂରଣ କରିବା ଦିଗରେ ତାରସିଂ ପୁଲିସ୍,‘ବିପଦର ବନ୍ଧୁ’ ଓ ସମ୍ବାଦ ଆମ ଓଡ଼ିଶାର ମିଳିତ ସହଯୋଗରେ ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ରେକର୍ଡ ସଂଖ୍ୟକ ୧୦୫ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଛନ୍ତି। ଥାନା ଅଧିକାରୀ ରେବତୀ ଶବରଙ୍କ ପୌରହିତ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଶୁଭାରମ୍ଭ କରିଥିଲେ। ଏଥିସହ ରକ୍ତଦାନ ଦ୍ବାରା ଅନ୍ୟ ଜୀବନ ବଞ୍ଚାଉଥିବା ବ୍ୟକ୍ତ ଜଣେ ଜୀବନଦାତା ବୋଲି ପ୍ରକାଶ କରିଥିଲେ। ଏଥିରେ ଉପଖଣ୍ଡ ପୁଲିସ୍ ଅଧିକାରୀ ସୁଜିତ କୁମାର ନାୟକ,ତାରସିଂ ଥାନା ଅଧିକାରୀ ମାନେ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ତାରସିଂ ଥାନାର ଏସ୍ଆଇ ସମୀର କୁମାର ବେହେରା,ଗୋପାଳକୃଷ୍ଣ ପାଢୀ, ବିପଦର ବନ୍ଧୁ ଅନୁଷ୍ଠାନର ଉପସଭାପତି ଅରକ୍ଷିତ ପରିଚ୍ଛା,ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା,ଗାଲେରୀ ଫାଣ୍ଡି ଅଧିକାରୀ ବି.ମଧୁବାବୁ,ଏଏସ୍ଆଇ ରୁଦ୍ରଚନ୍ଦ୍ର ଦେହୁରି,ଦୁର୍ଯ୍ୟଧନ ବେହେରା,ବନବାସୀ ବେହେରା,ସୁଧାଂଶୁ ପ୍ରଧାନ,ଦିବାକର ରାଉତ,ଗନ୍ଧର୍ବଶେଣ ପ୍ରଧାନ,କ୍ରିଏନ୍ସିଆ ବାର୍ଲା ଓ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ। ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ସିଏଚ୍ ଭାର୍ଗବ ପାତ୍ର,ବିନାୟକ ଗୌଡ,ଦିନେଶ ପାତ୍ର,ସଚିନ ବିଷୋୟୀ,କମଳ ଲୋଚନ ନାୟକ,ଗଣେଷ ପ୍ରଧାନ,ରାଜା ପାଣିଗ୍ରାହୀ,କ୍ଷିରୋଦ ଗୌଡ ପ୍ରଭାକର ଗୌଡ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ତାରସିଂ ଥାନାର ବି.ମଧୁ ବାବ,ପ୍ରଶାନ୍ତ କୁମାର ବେହେରା,ଗିରିଧର ବେହେରା,ଶିବ ପ୍ରସାଦ ଜେନା,ପ୍ରତାପ କୁମାର ମଲ୍ଲିକ,ସନ୍ତୋଷ କୁମାର ପ୍ରଧାନ,ଗୋପାଳ ମଲ୍ଲିକ,କାର୍ତ୍ତିକ ନାୟକ,ଜ୍ଞାନ ରଞ୍ଜନ ପରିଚ୍ଛା,ସରଫରାଜ ଅକ୍ତର,ମୃତ୍ୟୁଞ୍ଜୟ କରଣ ଙ୍କ ସମେତ ୧୦୫ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଭଞ୍ଜନଗର ରକ୍ତକେନ୍ଦ୍ରର କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *