ଭଞ୍ଜନଗର : ଜନହିତରେ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଭଞ୍ଜନଗରରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି ।ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର,ଗଞ୍ଜାମ ,ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ସମୁଦାୟ ୨୧୮ ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ, , ଆଜିର ଏହି ଅଭିଯୋଗ ମଧ୍ୟରେ ବ୍ୟକ୍ତିଗତ ଅଭିଯୋଗ ୧୭୪ ଟି ଥିବାବେଳେ ,ଗ୍ରାମୀୟ ଅଭିଯୋଗ ୮ ଟି ଥିଲା, ଜିଲ୍ଲାପାଳ ତ୍ୱରିତ ୮ ଟି ଅଭିଯାଗର ଫଇସଲା କରିଥିଲେ। ,ରେଡ଼କ୍ରସ ରିଲିଫି ପାଣ୍ଠିରୁ ଜଣଂକୁ ତିରିଶି ହଜାର ଟଙ୍କାହିସାବରେ ତିନି ଜଣଂକୁ ନବେ ହଜାର ଟଙ୍କା ଏବଂ ଆଉ ଜଣଂକୁ ଦଶ ହଜାର ଟଙ୍କା ,ଏଂବ ଅନ୍ୟ ଜଣଂକୁ ଚାରି ହଜାର ଟଙ୍କା (ପାଞ୍ଚ ଜଣଂକୁ ସମୁଦାୟ ଏକ ଲକ୍ଷ ଚାରି ହଜାର ଟଙ୍କା )ସହାୟତା ପ୍ରଦାନ କରାଯାଇଥିଲା,ଏଂବ ଭଞ୍ଜନଗର ଏନ,ଏ ସି,ର ଭିନ୍ନକ୍ଷମ ସୁବାଷ ଚନ୍ଦ୍ର ନାଇକ ଙ୍କୁ ଏକ ଟ୍ରାଇ ସାଇକଲ ପ୍ରଦାନ କରାଯାଇଥିଲା,ଆଜିର ଅଭିଯୋଗ ସମୟରେ ,ଅଭିଯୋଗ ଗୁଡିକ ମୁଖ୍ୟତଃ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ଖାଉଟି କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଭୂମିହୀନ ଙ୍କ ପାଇଁ ବସୁନ୍ଧରା ଯୋଜନାରେ ଜାଗା ଆବଣ୍ଟନ ଉପରେମୁଖ୍ୟତଃ ଥିଲା, ଆଦିବାସୀ ମାନଙ୍କ ଜଙ୍ଗଲ ଜମି ପଟା ସକାଶେ ସୋରଡ଼ା ବ୍ଲକ ଅଂଚଳରୁ ଅଭିଯୋଗ ଆସିଥିଲା,ଗ୍ରହଣ କରିଥିବା ଆବେଦନଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ କୁ ନିର୍ଦେଶ ପ୍ରଦାନ କରିଥିଲେ ।

ଏହି ଅଭିଯୋଗ ଶୁଣାଣି ସମୟରେ,,ଅତିରିକ୍ତ ଆରକ୍ଷୀ ଅଧୀକ୍ଷିକ ରଞ୍ଜନ କୁମାର ଦେ,ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷ ,, ,ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଭଞ୍ଜନଗର ତହସିଲଦାର ଅବିନାଶ ମହାର,ଭଞ୍ଜନଗର ବି,ଡି,ଓ ପୁର୍ଣଚନ୍ଦ୍ର ପାଢ଼ୀ,ପୁତ୍ତ ବିଭାଗ ଏସ,ଡି,ଓ ଭଞ୍ଜନଗର ପ୍ରତାପ ନାୟକ,,,ଭଞ୍ଜନଗର,ବିଜ୍ଞାପିତ ଅଞ୍ଚଳ ଭଞ୍ଜନଗର କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା,, ,ଭଂଜନଗର ,, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର ,,ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି ,ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର,,ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *