କଳାହାଣ୍ଡି : ଜୋଲକୋ ଗ୍ରାମ ଠାରେ ସତନ୍ତ୍ର ପଲ୍ଲୀ ସଭା ଅନୁଷ୍ଠିତ

କଳାହାଣ୍ଡି( ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ ): ତା: 19.05.2025 ଜିଲ୍ଲାପାଳ, କଳାହାଣ୍ଡି ଙ୍କ ପତ୍ର ସଂଖ୍ୟା ୭୨୮. ତା ୦୮.୦୫.୨୦୨୫ ଏବଂ ଗୋଷ୍ଠି ଉନ୍ନୟନ ଅଧିକାରୀ, କେସିଙ୍ଗା ଙ୍କ ପରିପତ୍ର ସଂଖ୍ୟା ୧୮୮୭ ତା ୦୮.୦୫.୨୦୨୫ ଅନୁଯାୟୀ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଜୋଲକୋ ଏବଂ ମଶାଣୀମୁଣ୍ଡା ଗ୍ରାମ କୁ ସାମିଲ କରାଯାଇ ପୌର ପରିଷଦ ଗଠନ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପ୍ରସ୍ତାବିତ ହୋଇଅଛି । ଏହି ସମ୍ପର୍କରେ ସମୂହ ଗ୍ରାମବାସୀଙ୍କ ସହମତି ଏବଂ ଅନୁମୋଦନ ନିମନ୍ତେ ଜୋଲକୋ ଗ୍ରାମ ବରଗଛ ମଣ୍ଡପ ଠାରେ ତାରିଖ 19.05.2025 ସୋମବାର ଦିନ ସକାଳ 8 ଟା ସମୟ ରେ ଏକ ସ୍ଵତନ୍ତ୍ର ପଲ୍ଲିସଭା ଅନୁଷ୍ଠିତ ହେଇଥିଲା ପଲିସଭା ରେ ଉପସ୍ଥିତ ଥିଲେ ଲଇତରା ପଞ୍ଚାୟତ ସରପଞ୍ଚ ଅଶୋକ କୁମାର ପୋଡ଼ , ପିଓ ଶଙ୍କର ପଧାନ, ପୂର୍ବତନ ସରପଞ୍ଚ ବିଷମ୍ବର ମହଲା, ନାଏକ ସରପଞ୍ଚ ସରିତା ସୁନା, ମେମ୍ବର ରାହୁତ କୁମାର ମହଲା,ଗାଁ ରେ ଥିବା ବୁଦ୍ଧି ଯିବି ମାନେ ଉପସ୍ଥିତ ଥିଲେ ଯୋଲକୋ ଗ୍ରାମ ର ସମସ୍ତ ଗ୍ରାମ ବାସି ଉପସ୍ଥିତ ରହି ସମସ୍ତେ ଏକ ମତ ହୋଇ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଜୋଲକୋ ଗ୍ରାମ କୁ ସାମିଲ କରି ପୌର ପରିଷଦ ଗଠନ ହଉ ବଲି ସହ ମତି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *