ଧାମନଗରରେ ବିଜେପିର ତ୍ରିରଙ୍ଗା ଶୋଭାଯାତ୍ରା

ଧାମନଗର (ଜଗନ୍ନାଥ ବେହେରା, ଓଡ଼ିଶା ଟୁଡେ): ଭାରତୀୟ ସେନାର ଅସୀମ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଧୁଷୁରୀସ୍ଥିତ ଧୁଷୁରାଶୁଣି ମନ୍ଦିରଠାରୁ ବାହାରବିଲ ଶିବ ମନ୍ଦିର ପର୍ଯ୍ୟନ୍ତ ‘ସିନ୍ଦୂର ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ମା’, ଭଉଣୀଙ୍କଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ଅଂଶଗ୍ରହଣ କରିଥିଲେ। ଉକ୍ତ ଶୋଭାଯାତ୍ରାରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ବରିଷ୍ଠ ବିଜେପି ନେତା ଅଶୋକ ପୁହାଣ, ଚତୁର୍ଭୂଜ ନାୟକ, ଧୁଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ବରିଷ୍ଠ ବିଜେପି ନେତା ମନୋଜ ମଲ୍ଲିକ, ଭାରତୀୟ ଜନତା ପାର୍ଟିର ଯୁବ ସଂଗଠକ ରତିକାନ୍ତ ନାୟକ, ପୂର୍ବତନ ସରପଞ୍ଚ ତଥା ଧୁଷୁରୀ ମଣ୍ଡଳ ସଭାପତି ଅନିରୁଦ୍ଧ ସାହୁ, ନାରୀ ନେତ୍ରୀ କବିତା ସାହୁ, ନମିତା ପଣ୍ଡା, ମହେଶ୍ଵତା ମହାଳିକ, ସୌଦାମିନୀ ବିଶ୍ୱାଳ, ରିତା ସାଏନ୍ତ ପ୍ରମୁଖ ସାମିଲ ହୋଇଥିଲେ। ଆତଙ୍କବାଦର ନିପାତ ପାଇଁ ବୀର ଯବାନଙ୍କ ଦ୍ବାରା କରା ଯାଇଥିବା ଅପରେସନ ସିନ୍ଦୂରର ସଫଳତା ଓ ସଶସ୍ତ୍ର ବାହିନୀର ପରାକ୍ରମକୁ ଉତ୍ସବ ରୂପେ ପାଳନ କରିବା ନିମନ୍ତେ ସମସ୍ତେ ଉତ୍ସାହର ସହ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *