୩ ବସ୍ତା ଗଞ୍ଜେଇ ସହ କାର ଜବତ,୨ ଗିରଫ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): କନ୍ଧମାଳ ରୁ ପୁରୀକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବୁଧବାର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗ ବୁଦୁଲି ନିକଟରୁ ଏକ କାର୍ ସହ ୬୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଅବକାରୀ ବିଭାଗ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଦୁର୍ଗା ଚରଣ ମହାନ୍ତି ଓ ଚିତ୍ତରଞ୍ଜନ ଦାସ ବୋଲି ଜଣାପଡିଛି।ସୂଚନା ମୁତାବକ, ବୁଧବାର ସକାଳୁ ଭଞ୍ଜନଗର ଅବକାରୀ ଥାନା ପକ୍ଷରୁ ଭଞ୍ଜନଗର ଫୁଲବାଣୀ ରାସ୍ତାରେ ପେଟ୍ରୋଲିଂ କରାଯାଉଥିବା ବେଳେ ବୁଦୁଲି ନିକଟରେ ଏକ କାର ଅବକାରୀ ଟିମ୍ କୁ ଦେଖି ଦୃତ ଗତିରେ ପଳାଉଥିଲା। ଅବକାରୀ ଟିମ୍ ର ସନ୍ଦେହ ହେବାରୁ ଉକ୍ତ କାର୍ ଗାଡିକୁ ଅଟକାଇ ଯାଞ୍ଚ କରିବା ପରେ ତିନୋଟି ଜରି ଅଖାରେ ଗଞ୍ଜେଇ ଥିବା ଜଣା ପଡିଥିଲା। ପରେ ଭଞ୍ଜନଗର ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ତିନୋଟି ଗଞ୍ଜେଇ ବସ୍ତାକୁ ବାହାର କରି ଓଜନ କରାଯାଇଥାଲା। ସେଥିରେ ୬୦ କିଲୋ ଗଞ୍ଜେଇ ରହିଥିଲା।ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। କନ୍ଧମାଳ ରୁ ପୁରୀ ଭାୟା ଭଞ୍ଜନଗର ଦେଇ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣର ଚେର ଲମ୍ବିଥିବା ଜଣାପଡିଛି।ଏହି ଘଟଣାରେ ଅବକାରୀ ବିଭାଗ ଦୁଇ ଜଣ ଗଞ୍ଜେଇ ଚାଲାଣ କାରୀଙ୍କୁ ଗିରଫ କରିଛି।ଏହି ଚଢ଼ାଉ ବେଳେ ଅବକାରୀ ନିରୀକ୍ଷକ ଡମ୍ବୁରୁଧର ହରିଜନ ଓ ଉପନିରୀକ୍ଷକ ଅଲିଭା ମାଝୀ ଙ୍କ ସମେତ ଏଏସଆଇ ବହୁମୁଲ୍ୟ ପରିଚ୍ଛା,ସନାତନ ନାହାକ,ଅବକାରୀ କର୍ମଚାରୀ ଜଗନ୍ନାଥ ମହାପାତ୍ର,ଶୁବଳ ପ୍ରଧାନ,କୣଷ୍ଣଚନ୍ଦ୍ର ସେଠୀ,ଦିପ୍ତିରଞ୍ଜନ ସାହୁ ପ୍ରମୁଖ ସାମିଲ ରହିଥିଲେ ।

Leave a Reply

Your email address will not be published. Required fields are marked *