କୁଲାଡ଼ରେ ରଥ ନିର୍ମାଣ ପାଇଁ ବନବିଭାଗ ପଠାଇଲା କାଠ

ଭଞ୍ଜନଗର ୨୧/୦୪ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଭଂଜନଗର ନିକଟ କୁଲାଡ଼ ରେ ପ୍ରତିବର୍ଷ ଆଡ଼ମ୍ବର ସହକାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ହଜାର ହଜାର ଭକ୍ତ ଙ୍କ ସମାଗମ ମଧ୍ୟ ହୋଇଥାଏ।ଗୋଟିଏ ରଥରେ ତିନିଠାକୁର ମାଉସୀ ମା ମନ୍ଦିରକୁ ଯାତ୍ରା କରିଥାନ୍ତି । ଏଠାରେ ବ୍ୟବହୃତ ରଥ ଟି ପୁରୁଣା ହୋଇଯାଇଥିବା ବେଳେ ରଥ ର ଅନେକ ଅଂଶ ଖରାପ ମଧ୍ୟ ହୋଇଯାଇଛି।ଆବଶ୍ୟକ କାଠ ପାଇଁ ବନବିଭାଗକୁ ଦେବୋତ୍ତର ବିଭାଗ ର ଅନୁରୋଧ କ୍ରମେ ୨୮ ଖଣ୍ଡ କାଠ ଆଜି କୁଲାଡ଼ରେ ରାତି ୯.୩୦ ସମୟ ରେ ପଂହଁଚିଛି । ଭଂଜନଗର ତହସିଲଦାର ଅବିନାଶ ମାହାର, ଆର ଆଇ ଭଗବାନ ବେହେରା ଙ୍କ ସମେତ ବହୁ ଗ୍ରମବାସୀ ଉତ୍ସହର ସହ କାଠ ଗାଡିକୁ ସ୍ୱାଗତ କରି ପୂଜାର୍ଚନା କରିଛନ୍ତି । ଖୁବ ଶୀଘ୍ର ରଥ କାମ ଆରମ୍ଭ ହେବ ଏବଂ ପୂର୍ବ ଭଳି ସୁଉଛ ରଥ ସହ ସୁନ୍ଦର କାରୁକାର୍ଯ୍ୟ ହେବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *