
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଶୁକ୍ରବାର ଦିନ ଭଞ୍ଜନଗର ବ୍ଲକ ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି ପାଈଁ ଓଟିଇଟି ଭଳି କୁତ୍ସିତ ବ୍ୟବସ୍ଥା କୁ ପ୍ରତ୍ୟାହାର କରିବା ପାଇଁ ଭଞ୍ଜନଗର ଗୋଷ୍ଠି ଶିକ୍ଷାଧିକାରିଣୀ ଲୋପାମୁଦ୍ରା ରଥ ଙ୍କ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ମହୋଦୟା ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଦୁଃଖ ଓ ପରିତାପ ର ବିଷୟ ଏହିକି ଯେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଚିଠି ନ-୧୨୬୩୭, ତା -୦୩-୦୫-୨୦୨୫ ରିଖ ପଦୋନ୍ନତି ସକାଶେ ସମସ୍ତ ଶିକ୍ଷକ ନିମନ୍ତେ ଓଟିଇଟି ବାଧ୍ୟତାମୂଳକ ଅଟେ ।ଦୀର୍ଘ ବର୍ଷ ଚାକିରି କାଳ ପରେ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପଦୋନ୍ନତି ସରକାର ଙ୍କ ଏକ ହୀନ ଚକ୍ରାନ୍ତ ବୋଲି ବିବେଚିତ ହୋଇଚି। ଶିକ୍ଷକ ଙ୍କ ବୟସ ଓ ମାନସିକ ଅବସ୍ଥା ପ୍ରତି ଆଦୌ ସଚେତନ ନ ହୋଇ ସମସ୍ତ ଶିକ୍ଷକ ଙ୍କୁ ଓଟିଇଟି ପଦୋନ୍ନତି ପାଇଁ ବାଧ୍ୟ କରିବା ଏକ ନିନ୍ଦନୀୟ ବ୍ୟବସ୍ଥା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି। ଓଡ଼ିଶା ରାଜ୍ୟ ରେ ଗୋଟିଏ ସରକାର ଗୋଟିଏ ବିଭାଗ ମଧ୍ୟରେ ଥିବା ଏଲିମେଣ୍ଟାରି ଓ ସେକେଣ୍ଡାରୀ ମଧ୍ୟରେ ଏତେ ପାତର ଅନ୍ତର ନିତି ଅଗଣତାନ୍ତ୍ରିକ। ସରକାର ମୂଳ ସମସ୍ୟା ଯଥା ପ୍ରାଥମିକ ଶିକ୍ଷା ରେ ଠିକା ଉଛେଦ,୬/୮ ବର୍ଷ କୁ ମୂଳ ଚାକିରି ରେ ଗଣନା କରି ନୋସନାଲ ଇନକ୍ରେମେନ୍ଟ ପ୍ରଦାନ ଏବଂ ୨୨ ଟି ରାଜ୍ୟ ଭଳି ଅବିକଳ କେନ୍ଦ୍ରୀୟ ହାର ରେ ଦରମା ପ୍ରଦାନ କରିବାର ସମସ୍ୟା ର ସମାଧାନ ନିମନ୍ତେ ଆଦୌ ଗୁରୁତ୍ୱ ନ ଦେଈ ଦୀର୍ଘ ବର୍ଷ ଚାକିରି କରୁଥିବା ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟ କରିବା , ପ୍ରାଥମିକ ଶିକ୍ଷକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଅଧିକ ସ୍ପଷ୍ଟ ଭାବେ ବାରି ହୋଇପାରୁଛି ।ଏଣୁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଭଞ୍ଜନଗର ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଭଞ୍ଜନଗର ଗୋଷ୍ଠି ଶିକ୍ଷାଧିକାରିଣୀ ଙ୍କ ଜରିଆ ରେ ଓଟିଇଟି ଭଳି କୁତ୍ସିତ ବ୍ୟବସ୍ଥା କୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଛନ୍ତି।ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ ହେଲେ ତ୍ରିନାଥ ପଟ୍ଟନାୟକ, ସରୋଜ ଶତପଥୀ, ସୁଧୀର ବେହେରା, ଗୋକୁଳ ମଲ୍ଲିକ, ଜଗଦିଶ ନାୟକ, ମନୋଜ କୁମାର ବେହେରା ଶିଶିର କାନ୍ତ ପତି ସୁଜିତ କୁମାର ସ୍ୱାଇଁ, ଅବିନାଶ ପଣ୍ଡା, ସୁଧାଂଶୁ ମହାପାତ୍ର, ଦେବୀ ପ୍ରସାଦ ଦାସ, ବିଭୁ ପ୍ରସାଦ ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ ।