ଠାକୁରାଣୀ ଯାତ୍ରା ପାଇଁ ଉତ୍ସବମୁଖର ଉପଖଣ୍ଡ ଭଞ୍ଜନଗର

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶୁକ୍ରବାର ରାତିରେ ମୁଜାଗଡ଼ ଠାକୁରାଣୀ ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବ୍ଲକ ଅଧକ୍ଷ ନରି ସଭା ନାୟକ, ଏମପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ, ସନ୍ତୋଷ ତିଆଡି, ରବିନ୍ଦ୍ର ଗୌଡ, ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର, ଭାଜପା ନେତା ସୁବାସ ବରାଡ, ଧୋବା ଗୌଡ, ଶିବରାମ ମହାପାତ୍ର, ମୁଜାଗଡ଼ ସରପଞ୍ଚ, ଭଞ୍ଜନଗର ଘରୋଇ ବସ ମାଲିକ ସଂଘ ନେତା ବିପ୍ର ଚରଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଗୁରୁବାର ରାତିରେ ବେଲଗୁଣ୍ଠା ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସାଇଁ, ଭାଜପାର ବରିଷ୍ଠ ନେତା ମହେଶ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ଲାଲସିଂ ଯାତ୍ରାକୁ ଗ୍ରାମବାସୀ ପରିଚାଳନା କରିବାରେ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଯେ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ଏବଂ ଲାଲସିଂରେ ଏବେ ଠାକୁରାଣୀ ଯାତ୍ରା ଚାଲିଛି। ଏହା ଆସନ୍ତା ୩୦ ତାରିଖରେ ଉଦ୍‌ଯାପିତ ହେବ। ସେହିଭଳି ବେଲଗୁଣ୍ଠା ମା’ ବ୍ରାହ୍ମଣଦେବୀ ଯାତ୍ରା ମଧ୍ୟ ବର୍ତ୍ତମାନ ଚାଲିଛି। ତାହା ଆସନ୍ତା ୧ ତାରିଖରେ ଉଦ୍‌ଯାପିତ ହେବ। ବର୍ତ୍ତମାନ ସମସ୍ତ ଯାତ୍ରାରେ ଦେବୀଙ୍କ ଦର୍ଶନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଲୋକଙ୍କ ଅସମ୍ଭାଳ ଭିଡ଼ ହେଉଛି ।

Leave a Reply

Your email address will not be published. Required fields are marked *