
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓ ତାରସିଂ ଥାନା ଇଲାକାରେ ରବିବାର ପୃଥକ ସାପ କାମୁଡାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ଭଞ୍ଜନଗର ଥାନା ଅଧୀନ ବାଇବଲି ପଞ୍ଚାୟତ ନାରିଙ୍ଗିପଲ୍ଲୀ ଗ୍ରାମର ନଟିଆ ପ୍ରଧାନଙ୍କ ଝିଅ ତେଜସ୍ବନୀ ପ୍ରଧାନ (୯) ଗୁରୁତର ଜଣକ ତାରସାଂ ଥାନା ବେରୁଆଁବାଡିର ସନ୍ତୋଷ ନାଇକଙ୍କ ଝିଅ ସୁଜାତା ନାଇକ(୧୮) ବୋଲି ଜଣାପଡିଛି।ସୂଚନାନୁସାରେ, ନାରିଙ୍ଗିପଲ୍ଲୀ ଗ୍ରାମର ନଟିଆ ପ୍ରଧାନଙ୍କ ଝିଅ ତେଜସ୍ବନୀ ଗତ କାଲି ରାତ୍ର ଭୋଜନ ପରେ ପରିବାର ସଦସ୍ୟ ଙ୍କ ସହ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ିଥିଲା।ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ଭଞ୍ଜନଗର ମେଡିକାଲ ନେଇଥିଲେ। ହେଲେ ରବିବାର ସକାଳୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ମୃତ ଦେହ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସେହିଭଳି ବେରୁଆଁବାଡିର ସୂଜାତା ମଧ୍ୟ ଗତ କାଲି ସାପ କାମୁଡାରେ ଗୁରୁତର ହୋଇ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି ହୋଇ ଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି ।