ଭଞ୍ଜନଗର : ପଦୋନ୍ନତି ନିମନ୍ତେ ଓଟିଇଟି ପ୍ରତ୍ୟାହାର ପାଇଁ ମାନ୍ୟବର ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି ପାଈଁ ଓଟିଇଟି ଭଳି କୁତ୍ସିତ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ ପ୍ରଦ୍ୟୁମ୍ନ କୁମାର ନାୟକ ମାନ୍ୟବର ଭଂଜନଗର ବିଧାୟକ ଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଦୁଃଖ ଓ ପରିତାପ ର ବିଷୟ ଏହିକି ଯେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଚିଠି ନ-୧୨୬୩୭, ତା -୦୩-୦୫-୨୦୨୫ ରିଖ ପଦୋନ୍ନତି ସକାଶେ ସମସ୍ତ ଶିକ୍ଷକ ନିମନ୍ତେ ଓଟିଇଟି ବାଧ୍ୟତାମୂଳକ ଅଟେ ।ଦୀର୍ଘ ବର୍ଷ ଚାକିରି କାଳ ପରେ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପଦୋନ୍ନତି ସରକାର ଙ୍କ ଏକ ହୀନ ଚକ୍ରାନ୍ତ ବୋଲି ବିବେଚିତ ହୋଇଚି। ଶିକ୍ଷକ ଙ୍କ ବୟସ ଓ ମାନସିକ ଅବସ୍ଥା ପ୍ରତି ଆଦୌ ସଚେତନ ନ ହୋଇ ସମସ୍ତ ଶିକ୍ଷକ ଙ୍କୁ ଓଟିଇଟି ପଦୋନ୍ନତି ପାଇଁ ବାଧ୍ୟ କରିବା ଏକ ନିନ୍ଦନୀୟ ବ୍ୟବସ୍ଥା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି। ଓଡ଼ିଶା ରାଜ୍ୟ ରେ ଗୋଟିଏ ସରକାର ଗୋଟିଏ ବିଭାଗ ମଧ୍ୟରେ ଥିବା ଏଲିମେଣ୍ଟାରି ଓ ସେକେଣ୍ଡାରୀ ମଧ୍ୟରେ ଏତେ ପାତର ଅନ୍ତର ନିତି ଅଗଣତାନ୍ତ୍ରିକ ।

ସରକାର ମୂଳ ସମସ୍ୟା ଯଥା ପ୍ରାଥମିକ ଶିକ୍ଷା ରେ ଠିକା ଉଛେଦ,୬/୮ ବର୍ଷ କୁ ମୂଳ ଚାକିରି ରେ ଗଣନା କରି ନୋସନାଲ ଇନକ୍ରେମେନ୍ଟ ପ୍ରଦାନ ଏବଂ ୨୨ ଟି ରାଜ୍ୟ ଭଳି ଅବିକଳ କେନ୍ଦ୍ରୀୟ ହାର ରେ ଦରମା ପ୍ରଦାନ କରିବାର ସମସ୍ୟା ର ସମାଧାନ ନିମନ୍ତେ ଆଦୌ ଗୁରୁତ୍ୱ ନ ଦେଈ ଦୀର୍ଘ ବର୍ଷ ଚାକିରି କରୁଥିବା ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟ କରିବା , ପ୍ରାଥମିକ ଶିକ୍ଷକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଅଧିକ ସ୍ପଷ୍ଟ ଭାବେ ବାରି ହୋଇପାରୁଛି ।ଏଣୁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଭଞ୍ଜନଗର ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନ୍ୟବର ଭଞ୍ଜନଗର ବିଧାୟକଙ୍କ ମାଧ୍ୟମରେ ଓଟିଇଟି ଭଳି କୁତ୍ସିତ ବ୍ୟବସ୍ଥା କୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଛନ୍ତି। ଏହା ପୂର୍ବରୁ ଶ୍ରୀମତୀ ଲୋପାମୁଦ୍ରା ରଥ,ଗୋଷ୍ଠୀ ଶିକ୍ଷାଧିକାରିଣୀ ଭଂଜନଗର ଙ୍କ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତାଗଣ ତ୍ରିନାଥ ପଟ୍ଟନାୟକ, ସରୋଜ ଶତପଥୀ, ଗୋକୁଳ ମଲ୍ଲିକ, ଏ. ମନୋଜ କୁମାର, ଜଗଦୀଶ ନାୟକ, ମନୋଜ କୁମାର ବେହେରା, ନିର୍ମଳ କୁମାର ସ୍ବାଇଁ, ଗୋପାଳ ଗୌଡ, ନାରାୟଣ ମହାପାତ୍ର,ସୁଜିତ କୁମାର ସ୍ବାଇଁ, ଦିଲ୍ଲୀପ କୁମାର ପ୍ରଧାନ,ଅବିନାଶ ପଣ୍ଡା, ସୁଧାଂଶୁ ମହାପାତ୍ର, ଦେବୀ ପ୍ରସାଦ ଦାଶ, ଜିତେନ୍ଦ୍ର କୁମାର, ବେହେରା , ଶିଶିର କାନ୍ତ ପତି, ବିଭୂ ପ୍ରସାଦ ମହାପାତ୍ର, ଗଙ୍ଗାଧର ପଣ୍ଡା, ସନ୍ତୋଷ କୁମାର ରଥ,ବାବୁଲା ନାୟକ ପ୍ରମୁଖ ଯୋଗଦେଇ ଥିଲେ l

Leave a Reply

Your email address will not be published. Required fields are marked *