ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ: ୧୦ଟାରୁ ସାଢେ ୫ଟା ଯାଏ ରହିବେ ଅଫିସରେ

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କର୍ମଚାରୀ କର୍ମଚାରୀଙ୍କ ପାଇଁ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ଏଣିକି ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କର୍ମଚାରୀ ସନ୍ଧ୍ୟା ୫ଟା ୩୦ ପୂର୍ବରୁ ଅଫିସ୍ ଛାଡିପାରିବେ ନାହିଁ । ସକାଳ ୧୦ଟା ସୁଦ୍ଧା ଅଫିସ୍ ଆସିବେ ଏବଂ ସନ୍ଧ୍ୟା ୫ଟା ୩୦ ପରେ ଘରକୁ ଯିବେ । ଅତି କମରେ ସାଢେ ୭ ଘଣ୍ଟା ଅଫିସରେ ଉପସ୍ଥିତ ରହିବେ। ସମସ୍ତଙ୍କର ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ୍ ଯେଉଁ କର୍ମଚାରୀଙ୍କର ପଞ୍ଚ ‘ଆଉଟ୍‌’ ନଥିବ, ତାଙ୍କର ସେଦିନ ଆବସେଣ୍ଟ ପଡ଼ିବ ।ଏଣିକି ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କର୍ମଚାରୀ ସନ୍ଧ୍ୟା ୫ଟା ୩୦ ପୂର୍ବରୁ ଅଫିସ୍ ଛାଡିପାରିବେ ନାହିଁ । ସକାଳ ୧୦ଟା ସୁଦ୍ଧା ଅଫିସ୍ ଆସିବେ ଏବଂ ସନ୍ଧ୍ୟା ୫ଟା ୩୦ ପରେ ଘରକୁ ଯିବେ । ଅତି କମରେ ସାଢେ ୭ ଘଣ୍ଟା ଅଫିସରେ ଉପସ୍ଥିତ ରହିବେ। ସମସ୍ତଙ୍କର ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ୍ ଯେଉଁ କର୍ମଚାରୀଙ୍କର ପଞ୍ଚ ‘ଆଉଟ୍‌’ ନଥିବ, ତାଙ୍କର ସେଦିନ ଆବସେଣ୍ଟ ପଡ଼ିବ । ଏଣେ ଦିନ ୧୧ଟା ପରେ ଅଫିସକୁ ଆସିଲେ ସେଦିନଟି ଅନୁପସ୍ଥିତ ବୋଲି ଧରାଯିବ। ଯଦି କୌଣସି ଅଫିସ୍ କାମରେ ବାହାରକୁ ଯାଉଥିବେ, ତେବେ ସେଥିରେ ବ୍ୟତିକ୍ରମ ରହିପାରିବ।ଏଣେ ଦିନ ୧୧ଟା ପରେ ଅଫିସକୁ ଆସିଲେ ସେଦିନଟି ଅନୁପସ୍ଥିତ ବୋଲି ଧରାଯିବ। ଯଦି କୌଣସି ଅଫିସ୍ କାମରେ ବାହାରକୁ ଯାଉଥିବେ, ତେବେ ସେଥିରେ ବ୍ୟତିକ୍ରମ ରହିପାରିବ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଭଳି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *