
ବ୍ରହ୍ମପୁର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଧରିତ୍ରୀ ର ବରିଷ୍ଠ ସାମ୍ବାଦିକ ଶ୍ରୀ ନରସିଂହ ସାହୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ଶୁଣି ରାଜ୍ୟ ସରକାର ଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଶ୍ରୀ ସାହୁଙ୍କ ବାସ ଭବନ କୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଆସୁ ଆରୋଗ୍ୟ କାମନା କରିଥଲିଲେ l ତାଙ୍କ ସହ ବିଜେପି ର ବରିଷ୍ଟ ନେତା ସୁନିଲ କୁମାର ସାହୁ ଓ ବରିଷ୍ଟ ଆଇନଜୀବୀ ପୀତବାସ ପଣ୍ଡା ଉପସ୍ଥିତ ଥିଲେ ll