ଭଞ୍ଜନଗର : ୨ଟି ଦୁର୍ଘଟଣାରେ ୪ ଆହତ


ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଆଜି ରାତି ରେ ୨ ଟି ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ସଂପୃକ୍ତ ଅଞ୍ଚଳବାସୀ ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ ପଠାଇଛନ୍ତି। ଆହତ ମାନଙ୍କ ମଧ୍ୟରୁ ୨ ଜଣ ଡୁମାକୁମ୍ପା ର ହେଲେ ରାଜେନ୍ଦ୍ର ପାତ୍ର ଓ ଦିପଙ୍କର ପାତ୍ର । ସେହିଭଳି ସନ୍ଦିପଲ୍ଲୀର ଶୁଭମ୍ ପ୍ରଧାନ, ସମୀର ଗୌଡ଼ ମଧ୍ୟ ଆହତ ହୋଇଛନ୍ତି। ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଯୋଗୁଁ ସେମାନେ ନିଜ ବାଇକ୍ ଯୋଗେ ଘରକୁ ପଳାଇଥିବା କିଛି ଲୋକ କହୁଛନ୍ତି । ବାଇକ୍ ଗୁଡ଼ିକ କିଭଳି ଦୁର୍ଘଟଣାଗ୍ରସ୍ତ ହେଲା ତାହା ସଠିକ୍ ଭାବେ ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *