
ଆସିକା ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଆସିକା – ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥ ରାସ୍ତା ର କାଳଷଣ୍ଢପୁର -ପାଟିଳିଗୁଡା ନିକଟସ୍ଥ ଏ ୦୧ ଫନିଚର ଦୋକାନ ନିକଟରୁ ଆସିକା ପୋଲିସ ହାତରେ ଧରାପଡ଼ିଛି ଏକ ଚୋରା ଗଂଜେଇ ଗାଡି l ବିଶେଷ ସୂତ୍ରରୁ ଖବର ମୁତାବକ ଗତକାଲି ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ରାଇକିୟା ଅଞ୍ଚଳ ରୁ ଏକ ଓଡି ୦୭ ଏଆର ୪୨୮୬ ନମ୍ବର ଗଡିରେ ୧୩ ପକେଟ ଗଂଜେଇ (ଓଜନ ୦୪ କୁଇଣ୍ଟାଲ ୦୭ ଶହ ୮୦ ଗ୍ରାମ ଓଜନ ର ଗଞ୍ଜାଇ ରହିଥିବା ଜାଣିବାକୁ ପାଇଥିଲେ l ସେହି ଗାଡିକୁ ବ୍ରହ୍ମପୁର ସଦର ଥାନା ଅଙ୍କୁଶପୁର ନିକଟ ଚଢେଇମରା ଗ୍ରାମର ପି. ମୋହନ (୩୨) ବୋଲି ଆସିକା ପୋଲିସ ପ୍ରକାଶ କରିଛି l ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ହେବ ବୋଲି ଜଣାପଡୁଛି l ଆସିକା ପୋଲିସ ଥାନା କେଶ ନମ୍ବର ୩୪୭/୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l ଆସିକା ଉପଖଣ୍ଡ ଅରକ୍ଷୀ ଅଧିକାରୀ ସନ୍ତୋଷ କୁମାର ଜେନା ଆସିକା ଥାନା ଅଧିକାରୀ କୂଳମଣି ସେଠୀ, ଶିବରାମ ସ୍ୱାଇଁ, ହିମାଂଶୁ ପାତ୍ର ପ୍ରମୁଖ ଏଭଳି ଚୋରା ଗଂଜେଇ ଗାଡି କୁ ଧରିବାରେ ସହଯୋଗ କରିଛନ୍ତି l