
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ସୋମବାର ରାତି ରେ ପୃଥକ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।ମୃତକ ଜଣକ ଭଞ୍ଜନଗର ଥାନା ଡ଼ୁମାକୁମ୍ପା ର ରାଜେନ୍ଦ୍ର କୁମାର ପାତ୍ର ବୋଲି ଜଣାପଡିଛି ।
ସୁଚନାନୁସାରେ,ଗତ କାଲି ରାତିରେ କୋୖଣସି କାମରେ ବେଲଗୁଣ୍ଠା ଯାଇ ଘରକୁ ଫେରୁଥିଲେ ରାଜେନ୍ଦ୍ର। ସେହି ସମୟରେ ନୁଆଗାଁ ବଡ ନଦୀ ନିକଟରେ ତାଙ୍କର ବାଇକ୍ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା। ଫଳରେ ରାଜେନ୍ଦ୍ର ଓ ଦିପଙ୍କର ଘଟଣାସ୍ଥଳରେ ହିଁ ଗୁରୁତର ହୋଇ ପଡିଥିଲେ।ସେହିଭଳି ସନ୍ଦିପଲ୍ଲୀର ଶୁଭମ ପ୍ରଧାନ ସମୀର ଗୌଡ଼ ମଧ୍ୟ ଦୁର୍ଘଟଣାରେ ଗୁରୁତର ହୋଇ ପଡିଥିଲେ।ସ୍ଥାନୀୟ ବାସୀ ସମସ୍ତ ଆହତ ମାନଙ୍କୁ ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଥିଲେ। ହେଲେ ରାଜେନ୍ଦ୍ର ଙ୍କ ସ୍ବାସ୍ଥ୍ୟବସ୍ତା ସଙ୍କଟାପନ୍ନ ରହିଥିଲା। ଭଞ୍ଜନଗର ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ। ବ୍ରହ୍ମପୁର ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକେ ତାଙ୍କର ଦୁଇ ଆଖି ଦାନ କରିଛନ୍ତି। ସେହିଭଳି ଅନ୍ୟ ଏକ ଦୁର୍ଘଟଣାରେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଯୋଗୁଁ ସେମାନେ ନିଜ ବାଇକ୍ ଯୋଗେ ଘରକୁ ପଳାଇଥିବା କିଛି ଲୋକ କହୁଛନ୍ତି । ବାଇକ୍ ଗୁଡ଼ିକ କିଭଳି ଦୁର୍ଘଟଣାଗ୍ରସ୍ତ ହେଲା ତାହା ସଠିକ୍ ଭାବେ ଜଣାପଡ଼ିନାହିଁ ।