
କଳାହାଣ୍ଡି(ପର୍ଶୁରାମ ସିନ୍ଦୁର, ଓଡ଼ିଆ ଟୁଡ଼େ) : ଜିଲ୍ଲା ପ୍ରସାଶନ, କଳାହାଣ୍ଡି ଦ୍ବାରା ଶିଶୁ ସୁରକ୍ଷ୍ୟା ଉପରେ ଏକ କର୍ମଶାଳା, ଏଡ୍ ଏଟ୍ ଆକ୍ସନ ଓ ୟୁନିସେଫର ବୈଷୟିକ ସହାୟତାରେ ଆୟୋଜନ କରାଯାଇଥିଲା | କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଣି ମୁଜିବୁନ ନିଶା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ| ବୈଠକରେ ଏଡ୍ ଏଟ୍ ଆକ୍ସନର ପ୍ରୋଗ୍ରାମ ମ୍ୟାନେଜର ସରୋଜ କୁମାର ବାରିକ ଯୋଗଦେଇ ବୈଠକର ଉଦ୍ଦେଶ୍ୟ, “ମିଶନ ବାତ୍ସଲ୍ୟ”କୁ ତ୍ବରାନ୍ବିତ କଋବା ପାଇଁ ଶିଶୁ ଅସହାୟତା ଆକଳନ ଓ ଯୋଜନା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଆକଳନ ଏବଂ ଯୋଜନା ମାଧ୍ୟମରେ ଜିଲ୍ଲାର ସମସ୍ତ ଅସହାୟ ଶିଶୁ ମାନଙ୍କୁ ସୁରକ୍ଷ୍ୟା ପ୍ରଦାନ ସହ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। । ଶିଶୁ ମଙ୍ଗଳ ସମିତି ମେମ୍ବର ସଞ୍ଜୟ କୁମାର କିପରି ଭାବରେ ଗ୍ରାମ ସ୍ତରିତ ଶିଶୁ ସୁରକ୍ଷ୍ୟା କମିଟି କୁ ସୁଦୃଢ କରି ଶିଶୁ ଅନୁରୂପ ଗ୍ରାମ ତଥା ପଞ୍ଚାୟତ କରିହେବା ଏହି ବିଷୟରେ କହିଥିଲେ | ଅତିରିକ୍ତ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ କିପରି ଭାବରେ ଯେଉଁ ଶିଶୁ ମାନେ ଅଧରୁ ପାଠପଢା ଛାଡ଼ିଥିବା ଶିଶୁ ମାନଙ୍କୁ ଶିକ୍ଷ୍ୟାର ମୁଖ୍ୟ ସ୍ରୋତରେ ସାମିଲ କରିବାର ବିଭିନ୍ନ ବ୍ୟବଶତଃ ସବୁ ଆଲୋକପାତ କରିଥିଲେ । ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ଯୋଗଦେଇ ନିଜ ବିଭାଗ ଦ୍ୱାରା ଶିଶୁ ମାନଙ୍କୁ କିପରି ଭାବରେ ସରକାରଙ୍କ ଦ୍ୱାରା ଚାଳିତ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିପାରିବେ ସେ ବିଷୟରେ ମତାମତ ରଖିଥିଲେ | ଏଡ୍ ଏଟ୍ ଆକ୍ସନର ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଷୀ କଳାହାଣ୍ଡି ଜିଲ୍ଲାର ଅସହାୟ ଓ ଅସୁରକ୍ଷିତ ସ୍ଥାନର ସ୍ଥିତି ଉପସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସିଡିପିଓ, ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ | ପରିଶେଷରେ ପ୍ରୋଟେକ୍ସନ ଅଫିସର ସୂଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |