
ଜଗନ୍ନାଥପ୍ରସାଦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗରିବ ସୀମାରେଖା ତଳେ ରହୁଥିବା ପରିବାର ମାନଙ୍କ ପାଇଁ ସରକାରଙ୍କ ରାସନ କାର୍ଡ ଵ୍ୟଵସ୍ଥା ହୋଇଛି ହେଲେ ପ୍ରକୃତ ପାଇବା ଯୋଗ୍ୟ ହିତାଧିକାରୀ ଙ୍କୁ ଆଜିପର୍ଯ୍ୟନ୍ତ କାର୍ଡ ଟିଏ ମିଳିପାରିନାହିଁ । ଜଗନ୍ନାଥପ୍ରସାଦ ବ୍ଲକ ଅଢେ଼ଇ ଗାଁ ର ରଙ୍କନିଧି ବିଷୋୟୀ ଙ୍କ ପରିବାର କୁ ମିଳିପାରୁନି ରାସନ କାର୍ଡ ଟିଏ । ରଂକନିଧିଙ୍କ ପରିବାର କହିଲେ ପତ୍ନୀ ସୁନିତା ତିନି ପୁଅ ଓ ଗୋଟିଏ ଝିଅ କୁ ନେଇ ୬ ଜଣ ପରିବାର । ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ନାହିଁ । ପଲିଥିନ ଟଣା ଏକ କୁଡ଼ିଆ ଭିତରେ ରହୁଛନ୍ତି ପରିବାର । ରଙ୍କନିଧି ମୂଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଚଳୁଛି ପରିବାର । ପ୍ରତିଦିନ ଚୁଲି ଲଗାଇବା ମଧ୍ୟ ସମ୍ଭବ ହେଉନଥିବା କହିଛନ୍ତି ପତ୍ନୀ ସୁନିତା । ଚାରି ପିଲାଙ୍କୁ ନେଇ ଖୁବ ଦୁର୍ଦିନ ରେ ଦିନ କାଟୁଛନ୍ତି ପରିବାର । ବାରମ୍ବାର ଆବେଦନ ଓ ଅନେକଙ୍କୁ ନେହୁରା ହେଲେ ମଧ୍ୟ ସାତ ବର୍ଷ ବିତିଲାଣି ରାସନ କାର୍ଡ ଟିଏ ଭାଗ୍ୟରେ ଜୁଟୁନି । ଏହିକାର୍ଡ ମାଧ୍ୟମରେ ସରକାର ଚାଉଳ, ଅଟା, ତେଲ ଭଳି ଆବଶ୍ୟକ ଖାଦ୍ୟ ସାମଗ୍ରୀ ସହିତ କାର୍ଡ ଧାରୀଙ୍କୁ ସରକାରଙ୍କ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥାଏ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଏହି କାର୍ଡ ପ୍ରଦାନ କରାଯାଇଛି । କାର୍ଡ କେଉଁମାନେ ପାଇବା ଯୋଗ୍ୟ ଏହାରି ପାଇଁ ମାନଦଣ୍ଡ ମଧ୍ୟ ପ୍ରସ୍ତୁତ ହୋଇଛି । ମାନଦଣ୍ଡ କୁ ଦେଖିଲେ ପ୍ରଥମ ରେ ଏହି ପରିବାର ଆସିବେ କିନ୍ତୁ କାହିଁକି ବଞ୍ଚିତ ରହିଛନ୍ତି ଏହାକୁ ନେଇ ପ୍ରଶ୍ନ ଉଠିଛି । ରାଜନୈତିକ ମନୋଭାବ ନେଇ ପୂର୍ବ ସରକାରର ଜଣେ ବ୍ୟକ୍ତି ହଇରାଣ କରିବା ପାଇଁ କାଟିଥିବା ପରିବାର ଲୋକେ ଜଣାଇଛନ୍ତି । ଏ ସମର୍କରେ ବ୍ଲକ ବିଡ଼ିଓ ମନ୍ମଥ ମଲ୍ଲିକ ଙ୍କୁ ବୁଝିବାରୁ ସେ ଏସମ୍ପର୍କରେ ବିଭାଗୀୟ ଅଧିକାରିଙ୍କ ସହ ଆଲୋଚନା କରିଥିଲେ କିନ୍ତୁ ପୋର୍ଟାଲ ରେ ସେ ଆବେଦନ କରିଥିବା ଦେଖାଉନଥିବା ରୁ ତାଙ୍କ କାର୍ଡ ମିଳିନି ଖୁବ ଶିଘ୍ର କାର୍ଡ ପ୍ରଦାନ କରିବା ଵ୍ୟଵସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏଭଳି ଆହୁରି ଅନେକ ଯୋଗ୍ୟ ପରିବାର ରାସନ କାର୍ଡ ରୁ ବଞ୍ଚିତ ଥିବା ବେଳେ ପୂର୍ବ ସରକାର ସମୟରେ ଅନେକ ଧନୀ ଶ୍ରେଣୀର ପରିବାର ଏହି କାର୍ଡ ହାତେଇ ଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରି ସେମାନଙ୍କ ଠାରୁ କାର୍ଡ ଫେରାର ନେବା ସହ ଯୋଗ୍ୟଙ୍କୁ ବଣ୍ଟନ କରିବା ପାଇଁ ସାଧାରଣରେ ଦାବି ହୋଇଛି ।