
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜଗୃହ ଠାରେ ସମାଜ ତରଫରୁ ଚଳିତ ମାଟ୍ରିକ ଏବଂ ଯୁକ୍ତଦୁଇର କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରତିଭା ସଂମ୍ମାନ, ୨୦୨୫ ରେ ସମ୍ବର୍ଦ୍ଧିତ କରାଯିବା ଉପରେ ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରସଭାପତି ସନ୍ତୋଷ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରପରିଷଦ ତରଫରୁ ଆସନ୍ତା ୮ ତାରିଖ ରବିବାର ଦିନ ସମସ୍ତ ଅଞ୍ଚଳର କବିସୂର୍ଯ୍ୟନଗର ନିକଟସ୍ଥ ଗୁଡ଼ିଆଳି ଛକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେଉଥିବାବେଳେ କେବଳ କଇଁଣ୍ଡି ଅଞ୍ଚଳ, ଭଞ୍ଜନଗର ତରଫରୁ ଆସନ୍ତା ୦୭ ତାରିଖ ଶନିବାର ଦିନ ଭଞ୍ଜନଗର ସମାଜ ଗୃହ ଠାରେ କେବଳ କଇଁଣ୍ଡି ଅଂଚଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ l ଛାତ୍ରଛାତ୍ରୀମାନେ ପୂର୍ବନିର୍ଦ୍ଧାରିତ ମାର୍କ ଅନୁସାରେ ସେମାନଙ୍କ ଜେରକ୍ସ କପି ସମ୍ପୃକ୍ତ କର୍ମକର୍ତାଙ୍କ ପାଖକୁ ପଠାଇବେ l ଉକ୍ତ ପ୍ରସ୍ତୁତି ବୈଠକରେ କଇଁଣ୍ଡି ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା, କୋଷାଧ୍ୟକ୍ଷ ବିଭୂତି ଭୂଷଣ ଜେନା, ସମ୍ପାଦକ ନୀଳାଞ୍ଚଳ ପୋଲେଇ, ଅଞ୍ଚଳ ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ, କବିରାଜ ପୋଲେଇ, କାହ୍ନୁ ଚରଣ ଭୁୟା, ସୁଶାନ୍ତ କୁମାର ଜେନା, ସତ୍ୟନାରାୟଣ ପ୍ରଧାନ, ସନ୍ତୋଷ କୁମାର ସ୍ୱାଇଁ ଯୋଗଦେଇ ଏହାର ରୂପରେଖ ଉପରେ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ନୀଳମଣି ବିଷୋୟୀ, ଜିଲ୍ଲାପରିଷଦ ସଭାପତି ଅଞ୍ଜଳୀ ସ୍ୱାଇଁ, ବିଜ୍ଞାପିତଅଞ୍ଚଳ ପରିଷଦ, ଆସ୍କା, ଅଧ୍ୟକ୍ଷା ବିନେତା ସ୍ୱାଇଁ, ସୂର୍ଯ୍ୟନାରାୟଣ ଭୁୟା, ବଳରାମ ପାତ୍ର ସମେତ କେନ୍ଦ୍ର କର୍ମକର୍ତା ମଂଚାସୀନ ହୋଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କୃତ କରି ଆଶୀର୍ବାଦ ପ୍ରଦାନ କାର୍ଯ୍ୟକ୍ରମ ରଖାଯାଇଥିବା ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମରେ କେନ୍ଦ୍ରପରିଷଦର ସମସ୍ତ ସଭ୍ୟ ସହଯୋଗ ପୂର୍ବକ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଛି l ଶେଷରେ ଅଞ୍ଚଳ ସଭାପତି ତଥା କେନ୍ଦ୍ର ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଜଗବନ୍ଧୁ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ l