ପୁରୀ : ସ୍ନାନପୂର୍ଣ୍ଣିମାରେ ପୁରୀକୁ ଜଗିବେ ୭୦ ପ୍ଲାଟୁନ୍‌ ଫୋର୍ସ

ପୁରୀ (ବଳରାମ ତ୍ରିପାଠୀ, ଓଡ଼ିଶା ଟୁଡେ): ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସୁରକ୍ଷା ବୈଠକରେ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା କିପରି ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହେବ ସେନେଇ ଆଲୋଚନା ହୋଇଥିଲା।ତେବେ ସ୍ନାନପୂର୍ଣ୍ଣିମା ପାଇଁ ପୁରୀ ସହରକୁ ଜଗିବା ପାଇଁ ୭୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୪ ଏସ୍‌ପି ର଼୍ୟାଙ୍କର କମାଣ୍ଡାଣ୍ଟଙ୍କ ସହ ୪୫୦ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ଭକ୍ତମାନଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ବ୍ୟବସ୍ଥା ଉପରେ ମୁଖ୍ୟତଃ ଫୋକସ ରହିବ ।

ଦେବସ୍ନାନ ପୂର୍ଣ୍ଣିମା ୨୦୨୫ କୁ ସୁଗମ ଏବଂ ସୁରକ୍ଷିତ ଭାବରେ ପରିଚାଳନା କରିବା ପାଇଁ ଆଇଜିପି, ସିଆର, ଶ୍ରୀ ଏସ. ପ୍ରବୀଣ କୁମାର, ଆଇପିଏସ, ଏବଂ ପୁରୀ ଏସପି, ଶ୍ରୀ ବିନୀତ ଅଗ୍ରୱାଲ, ଆଇପିଏସ, ପୁରୀ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହିତ ଏକ ପ୍ରସ୍ତୁତି ବୈଠକ କରିଥିଲେ ।

Leave a Reply

Your email address will not be published. Required fields are marked *