
ଜଗନ୍ନାଥ ପ୍ରସାଦ ୦୫/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଜମିଜୁମା ବିବାଦକୁ ନେଇ ଜଙ୍ଘନ୍ୟ ହତ୍ୟାକାଣ୍ଡ l ଦୁଇ ହାତ ଓ ମୁଣ୍ଡକୁ ଚୋଟ ପରେ ଚୋଟ ମାରି ଚାଲିଲା l ଛଟ ପଟ ହୋଇ ଜୀବନ ଗଲା lସେ ଜଣେ କାର୍ଯ୍ୟରତ ଆଶାଦିଦି ଅଛନ୍ତି lସୂଚନା ପ୍ରକାରେ ଜଗନ୍ନାଥ ପ୍ରସାଦ ଥାନା ଅଧୀନ ଚଢିଆପଲ୍ଲୀ ଗ୍ରାମ ବଉଳ ସାହିରେ ଏକ ଜଘଣ୍ୟ ହତ୍ୟାକାଣ୍ଡ ଘଟିଯାଇଛି l ମୃତ ଜଣକ ହେଉଛନ୍ତି ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ଆଶାଦିଦି ବିଜୟଲଷ୍ମୀ ତ୍ରିପାଠୀ (୪୦)ରୁ ଉର୍ଦ୍ଧ l ସ୍ବର୍ଗତ ଗଦାଧର ତ୍ରିପାଠୀଙ୍କ ତୃତୀୟ ଝିଅ ଥିଲେ l ସ୍ବର୍ଗତ ଗଦାଧରଙ୍କ ଘରଜ୍ୱାଇଁ ହେବା ସହବଡ଼ଝିଅ ବିନତିନି ତ୍ରିପାଠୀଙ୍କୁ ରାମଚନ୍ଦ୍ର ତ୍ରିପାଠୀ(୫୦) ବିବାହ କରିଥିଲେ l ଗଦାଧରଙ୍କ ମୃତ୍ୟୁ ପରେ ଜମିଜୁମା ବିବାଦକୁ ନେଇ ଉଭୟ ପରିବାର ମଧ୍ୟରେ ବଚସା ଲାଗି ରହିଥିଲା l ଏ ନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା l କୌଣସି ସମାଧାନରବାଟ ଫିଟି ନ ଥିଲା l ଲୋକଙ୍କ କହିବା ଅନୁଯାଇ ବିବାଦ ଥିବା ଜାଗାରେ ଘର ତିଆରି ପାଇଁ ଗତକାଲି ପଥର ପକାଇ ଥିଲେ l ଆଜି ସକାଳ ୭. ୩୦ ସମୟ ରେ ସେହି ସ୍ଥାନକୁ ବୁଲିବାକୁ ଯାଇଥିବା ସୂଚନା ମିଳୁଛି l ନିଛାଟିଆ ରାସ୍ତାରେ ବିଜୟଲଷ୍ମୀଙ୍କ ମର ଶରୀର ପଡ଼ିଥିବା ଦେଖି ସ୍ଥାନୀୟ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଥିଲା l ଜ୍ୱାଇଁ ରାମଚନ୍ଦ୍ର ଘରେ ନ ଥିବା ବେଳେ ତାଙ୍କ ପତ୍ନୀ ବିନିତାକୁ ପୋଲିସ ଉଠାଇ ଆଣି ପଚରା ଉଚରା ଜାରି ରଖିଛି l ତେବେ ଘଟଣା ସ୍ଥଳରୁ କୌଣସି ଧାରୁଆ ଅସ୍ତ୍ର ମିଳି ନ ଥିବା ପୋଲିସ ସୂଚନା ଦେଇଛି l ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି l