ପୁରୀ: ଆଗାମୀ ସ୍ନାନଯାତ୍ରା କୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ର ଏକ ମକ ଡ୍ରିଲ

ପୁରୀ (ବଳରାମ ତ୍ରିପାଠୀ, ଓଡ଼ିଶା ଟୁଡେ): ପୁରୀ ଆଗାମୀ ସ୍ନାନଯାତ୍ରା କୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ର ଏକ ମକ ଡ୍ରିଲ ଆଜି ଟାଉନ ଥାନା ପରିସରର ସମନ୍ବିତ ନିୟନ୍ତ୍ରଣ କକ୍ଷ ବା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଚଳିତ ସ୍ନାନଯାତ୍ରାରେ ପୂର୍ବ ବର୍ଷ ତୁଳନାରେ ଅଧିକ ଜନ ଗହଳି ଆଶା କରାଯାଉଛି।ତେଣୁ ଆମକୁ ଯାତ୍ରୀ ଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ସମସ୍ତ କାର୍ଯ୍ୟ କୁ ବିଭିନ୍ନ ବିଭାଗ ସଠିକ ଭାବେ ପରିଚାଳନା କରୁଛନ୍ତି। ତାହାର ଏକ ବାସ୍ତବ ବ୍ୟବସ୍ଥା ର ଅନୁଧ୍ୟାନ ପାଇଁ ମକ ଡ୍ରିଲ ର ପରିକଳ୍ପନା।ଏହା ଦ୍ୱାରା ଆମେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ୍ ଭଲ ଭାବରେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିବା ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ସମସ୍ତ ବିଭାଗ ତାଙ୍କର ଦାୟିତ୍ୱ କୁ ବୁଝିବା ଓ ଅନ୍ୟ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରିବା ଲକ୍ଷ୍ୟ ରେ ଏହି ମକ ଡ୍ରିଲ ବେଶ ସହାୟକ ହେବ ବୋଲି ସେ କହିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭିକ ସୂଚନା ଦେଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା , ଡିଆଇବି ଅତିରିକ୍ତ ଏସ ପି ଦେବୀ ପ୍ରସାଦ ପ୍ରତାପ,ଅତିରିକ୍ତ ଏସପି ସୌମ୍ୟ ରଞ୍ଜନ ମଲ୍ଲିକ,ଏନଡିଆରଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଗୌରବ ଜେନଗେଟ, ଏଡିଏମଓ ଡା ବିନୋଦ ରଥ,ମୁଖ୍ୟ ଚିକିତ୍ସାଳୟ ର ପ୍ରଶାସନିକ ଅଧିକାରୀ ଅଞ୍ଜଳି ତରାଇ,ଟ୍ରାଫିକ ଡିଏସପି ରାଜ କୁମାର ପରିଡା,ସହକାରୀ କଲେକ୍ଟର ପଞ୍ଚାନନ ପରିଜା ପ୍ରମୁଖ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *