ଲଭ୍-ସେକ୍ସ-ବ୍ଲାକମେଲିଂ: ବନ୍ଧା ହେଲେ ଧୋକ୍କାବାଜ୍ ବନ୍ଧୁ

ଗାଙ୍ଗପୁର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଯୁବକ ଜଣକ ସୁରତରେ ରହୁଥିବା ବେଳେ ଗାଁରେ ରହୁଥିବା ତାଙ୍କ ପତ୍ନୀ ଙ୍କ ସହିତ ବନ୍ଧୁତା ରଖିଲେ ଯୁବକଙ୍କ ବନ୍ଧୁ।ବନ୍ଧୁ ଙ୍କ ପତ୍ନୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ରଖିଲେ ଶାରୀରିକ ସମ୍ପର୍କ। ଅନ୍ତରଙ୍ଗ ମୁହୂର୍ତ୍ତ କୁ କ୍ୟାମେରାରେ କଏଦ୍ କରିବା ପରେ ବ୍ଲାକମେଲିଂ ଆରମ୍ଭକଲା ଧୋକ୍କାବାଜ୍ ବନ୍ଧୁ। ପରେ ମହିଳାଙ୍କୁ ଟଙ୍କା ମାଗିଲା। ନଦେଲେ ବିବାହିତା ମହିଳାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଲା। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇଲାକାରେ ଏମିତି ଏକ ଘଟଣା ଘଟିଥିବା ବେଳେ ପୁଲିସ୍ ଧୋକ୍କାବାଜ୍ ବନ୍ଧୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ,ଏହି ଥାନା ଅଧିନ ଗୋବରାର ଜଣେ ବ୍ୟକ୍ତି ସୁରତରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଗୋବରାରେ ରହୁଥିଲେ। ଏହାର ସୁଯୋଗ ନେଇ ସେହି ଗାଁ ର ଜଣେ ସାଙ୍ଗ ସାହାଯ୍ୟ କରିବା ପାଇଁଁ ତାଙ୍କ ସ୍ତ୍ରୀ ଙ୍କ ସହିତ ପ୍ରଥମେ ବନ୍ଧୁତା ତିଆରି କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସମ୍ପର୍କ ଧିରେ ଧିରେ ନିବିଡ ହେବା ପରେ ବନ୍ଧୁ ଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ।ସମ୍ପର୍କ ମଧ୍ୟରେ ବନ୍ଧୁ ଙ୍କ ସ୍ତ୍ରୀ ଙ୍କ ଠାରୁ ୩ ଲକ୍ଷ ଟଙ୍କା ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ନେଇଯାଇଥିଲେ ସାଙ୍ଗ। କିଛି ଦୁର୍ବଳ ମୁହୁର୍ତ୍ତର ଫଟୋ ଉଠାଇ ଭାଇରାଲ୍ କରିବା ଧମକ ଦେଇ ପୁଣି ୨ ଲକ୍ଷ ଟଙ୍କା ଦାବି କରିଥିଲେ। ଏହା ଜାଣିବା ପରେ ଦୁଇ ବନ୍ଧୁ ଙ୍କ ମଧ୍ୟରେ କିଛିଦିନ ପୁର୍ବେ ବଚସା ହୋଇଥିଲା। ମାତ୍ର ଅଭିଯୁକ୍ତର ବ୍ଲାକମେଲିଂ ଅସହ୍ୟ ହୋଇଥିଲା।ସୁରତରୁ ଫେରି ନିଜ ସ୍ତ୍ରୀ ଠାରୁ ସବୁ କଥା ଶୁଣିବା ପରେ ଗାଙ୍ଗପୁର ଥାନା ର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ଯୁବକ ଜଣକ। ଏନେଇ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ବନ୍ଧୁ କୁ ଗିରଫ କରି କୋର୍ଟଚାଲାଣ କରିଛି।ଯାହାକୁ ନେଇ ଗୋବରା ଅଞ୍ଚଳର ଚର୍ଚ୍ଚା ଜୋର୍ ଧରିଛି ।

Leave a Reply

Your email address will not be published. Required fields are marked *