ଭଞ୍ଜନଗର ଵେଦ ପ୍ରଚାର ସମିତିର ସାପ୍ତାହିକ ସତ୍ସଙ୍ଗ-ମଣ୍ଡପ ନିମନ୍ତେ ଶିଳାନ୍ୟାସ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗର୍ଭାଧାନଠାରୁ ଅନ୍ତ୍ୟେଷ୍ଟି ପର୍ୟନ୍ତ ନାମକରଣ, ଅନ୍ନପ୍ରାସନ୍ନ, ଵ୍ରତୋପନୟନ, ଵିଵାହ ଆଦି ୧୬ ସଂସ୍କାର ପିଲାମାନଙ୍କ ସହିତ ସୁସଂହତ ପରିବାର ପାଇଁ ଭିନ୍ନ ଭିନ୍ନ ସମୟରେ ଶିବିରାଦିର ପରିଚାଳନା ନିମନ୍ତେ ଏକ ମଣ୍ଡପର ଶିଳାନ୍ୟାସ ବଡ଼କୋଦଣ୍ଡା ଛକ ନିକଟସ୍ଥ ଶ୍ରୀମାନ ପ୍ରମୋଦ କୁମାର ମହାନ୍ତିଙ୍କ ଜମିରେ ଆଜି ତା-୮/୬/୨୦୨୫-ରିଖରେ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଵେଦଧାମର ଅଧ୍ୟକ୍ଷ ପୂଜ୍ୟ ସ୍ଵାମୀ ସୁଧାନନ୍ଦ ସରସ୍ଵତୀଙ୍କ ବ୍ରହ୍ମତ୍ଵରେ ଏବଂ ବ୍ରହ୍ମପୁର ଵେଦ ପ୍ରଚାର ସମିତିର ସଦସ୍ୟମାନଙ୍କ ସହଯୋଗରେ ଏକାଦଶ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ଏଵଂ ଭୂମିପୂଜନ କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ ଵେଦାନୁରାଗୀ ଵ୍ୟକ୍ତିଵିଶେଷ ଉପସ୍ଥିତ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଭଞ୍ଜନଗର ଵେଦ ପ୍ରଚାର ସମିତିର ବାନପ୍ରସ୍ଥୀ ଅନ୍ତର୍ଯ୍ୟାମୀ ଶ୍ରୁତିପଥିକ, ସୀମାଞ୍ଚଳ ପଟନାୟକ, ଶରତ କୁମାର ମହାନ୍ତି, ଟୁନା ଜେନା, ଲିଙ୍ଗରାଜ ନାୟକ, ଲାଲମୋହନ ନାୟକ, ସନ୍ତୋଷ କୁମାର ବେହେରା, ରବୀନ୍ଦ୍ର ଭୂୟାଁ, ଵିଦେଶୀ ମହାରଣା, ପି. ସୁଧାକର ରାଓ, ସରୋଜ ପଟ୍ଟନାୟକଙ୍କ ସମେତ ସମସ୍ତ ସଭ୍ୟଵୃନ୍ଦଙ୍କ ଆନ୍ତରିକ ସହଯୋଗରେ ସୁଚାରୁରୂପେ ପରିଚାଳିତ ହୋଇଥିଲା ।

Leave a Reply

Your email address will not be published. Required fields are marked *