
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଶନିବାର ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ । ଏହି ସମୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅନୁରୋଧ କ୍ରମେ ଶନିବାର ବାଗଦେବୀ ରୋଡ ସ୍ଥିତ ବାଗଦେବୀଙ୍କ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ । ନୂତନ ମନ୍ଦିର ଓ ଯଜ୍ଞ ସ୍ଥଳ ପରିଦର୍ଶନ କରିଥିଲେ । ବିଭିନ୍ନ ଐତିହ୍ୟ ଓ ଧାର୍ମିକ ସ୍ଥଳ ଗୁଡ଼ିକର ବିକାଶ ଦିଗରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରଚେଷ୍ଟା କୁ ସେ ପ୍ରଶଂସା କରିଥିଲେ । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ବିଜେପି ନେତା ପ୍ରମୋଦ ଦଳବେହେରା, ମୂରଲୀଧର ପଣ୍ଡାଙ୍କ ସହ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ ।