
ଜଗନ୍ନାଥ ପ୍ରସାଦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଜମିଜୁମା ବିବାଦ ପାଇଁ ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ କଲା ପୋଲିସ lଜଗନ୍ନାଥ ପ୍ରସାଦ ଥାନା ଅଧୀନ ଗତ ୫ରିଖ ଦିନ ଚଢିଆପଲ୍ଲୀ ଗ୍ରାମ ବଉଳସାହି କଂକ୍ରିଟ ରାସ୍ତାରେ ଆଶାଦିଦିଙ୍କ ରକ୍ତ ଜୁଡୁବୁଡୁ ଶବକୁ ପୋଲିସ ଜବତ କରିଥିଲା l ମୃତକ ଜଣକ ହେଉଛନ୍ତି ସେହି ସାହିର ସ୍ବର୍ଗତ ଗଦାଧର ତ୍ରିପାଠୀଙ୍କ ସାନଝିଅ ବିଜୟଲଷ୍ମୀ ତ୍ରିପାଠୀ (୪୦) ଓ ଗ୍ରାମର ଜଣେ କାର୍ଯ୍ୟରତ ଆଶାଦିଦି ଥିଲେ l ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଂଚି ଖୋଳତାଡ଼ ପରେ ମୃତ ବିଜୟଲଷ୍ମୀଙ୍କ ଭଉଣୀ ବିନୋଦିନୀ ତ୍ରିପାଠଙ୍କୁ ଉଠାଇ ଆଣିଥିଲା l ପୋଲିସ ସନ୍ଦେହ କରି ସ୍ୱାମୀ ରାମଚନ୍ଦ୍ର(୫୦) ଓ ପୁଅ ଲୋକନାଥ (୨୭)କୁ ଉଠାଇ ଆଣିଥିଲା l ତଦନ୍ତ ବେଳେ ଦୀର୍ଘ ବର୍ଷ ହେବ ଜମିଜମା ବିବାଦ କୋର୍ଟରେ ମାମଲା ଚାଲିଛି l ଏ ନେଇ ପରିବାର ମଧ୍ୟରେ ଅନେକ ଠାର ବାଦ ବିବାଦ ଲାଗି ରହିଥିବାରୁ ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଛନ୍ତି l ଗତକାଲି ପଡିଆ ଜମିରେ ରାମଚନ୍ଦ୍ର ବାଉଁଶ ବୁଦା ସଫା କରୁଥିବା ବେଳେ ମୃତକ ବିଜୟାଲଷ୍ମୀ ଘଟଣା ସ୍ଥଳରେ ପହଂଚି ଯୁକ୍ତିତର୍କ କରିଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ରାମଚନ୍ଦ୍ର ଧରିଥିବା କଟୁରୀରେ ବିଜୟଲଷ୍ମୀଙ୍କ ଦୁଇ ହାତ ଓ ମୁଣ୍ଡକୁ ହାଣିଦେଇଥିଲେ l ଘଟଣା ସ୍ଥଳରେ ଆଶାଦିଦି ବିଜୟଲଷ୍ମୀଙ୍କ ପ୍ରାଣବାୟୁ ଚାଲିଯାଇଥିଲା l ସ୍ତ୍ରୀ ବିନୋଦିନୀ ଓ ପୁଅ ଲୋକନାଥ ଉଭୟେ ସାମିଲ ଥିବା ଜାଣିପାରିଥିଲା l ଅପରାଧିକ ଷଡଯନ୍ତ୍ର କରି ଯୋଜନାବଦ୍ଧ ଭାବେ ମାରି ଦିଆଯାଇଥିବା ତଦନ୍ତ ବେଳେ ଜଣା ପଡ଼ିଥିବା ପୋଲିସ ସ୍ପଷ୍ଟ କରିଛି l ଗିରଫ ଭୟରେ ଲାକନାଥ ଗ୍ରାମ ଛାଡି ବାହାର ରାଜ୍ୟକୁ ଯିବା ବେଳେ ହିଞ୍ଜିଳିକାଟୁ ଠାରୁ ବସରୁ ଗିରଫ କରିଥିବା ଜଣାପଡିଛି l ଗତକାଲିଘଟଣା ସ୍ଥଳରେ ଭଞ୍ଜନଗର ଉପଖଣ୍ଡ ଅଧିକାରୀ ସୁଜିତ କୁମାର ନାୟକ, ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା, ତଦନ୍ତକାରୀ ଅଧିକାରୀ ଏସଆଈ ବଂଶୀଧର ମଲ୍ଲିକ,ଏସଆଈ ଜ୍ୟୋତି ରଞ୍ଜନ ସାହୁ ପ୍ରମୁଖ ପହଂଚି ହତ୍ୟାକାଣ୍ଡରେ ବ୍ୟବହୃତ ଏକ କଟୁରୀ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି l ଆଜି ମୁଖ୍ୟ ଅଭିଯୁକ୍ତ ରାମଚନ୍ଦ୍ର, ସ୍ତ୍ରୀ ବିନୋଦିନୀ ଓ ପୁଅ ଲୋକନାଥଙ୍କୁ ଗିରଫ କରି କେସ ନମ୍ବର ୨୬୪/୨୫ ପ୍ରକାରେ ଜେଲ ପଠାଇଥିବା ସୂଚନା ରହିଛି l ଥାନା ପକ୍ଷରୁ ଏଏସଆଈ ବ୍ରହ୍ମାନନ୍ଦ ପ୍ରଧାନ, ହାବିଲଦାର ଦିଲ୍ଲୀପ କୁମାର ରଣା, ଲଷ୍ମୀଧର ରାଉତ, ଚିରଞ୍ଜୀବ ପ୍ରଧାନ ପ୍ରମୁଖ ସହଯୋଗ ସାମିଲ ରହିଥିଲେ l