
ଭଞ୍ଜନଗର ୦୯/ ୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ଆସନ ଏକଦା କଂଗ୍ରେର ଗଡ଼ ଥିଲା । ଏହି ନିର୍ବାଚନୀ କ୍ଷେତ୍ର ୧୯୬୧ରେ କଂଗ୍ରେସ ଦଳରୁ ମାଗୁଣି ଚରଣ ପ୍ରଧାନ, ୧୯୬୭ରେ ଦୀନବନ୍ଧୁ ବେହେରା, ୧୯୭୧, ୧୯୭୪ ଓ ୧୯୮୦ରେ ସୋମନାଥ ରଥ, ୧୯୮୫ ରେ ଉମାକାନ୍ତ ମିଶ୍ର ଙ୍କ ଭଳି ବିଶିଷ୍ଟ ରାଜନେତା ଏହି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ହାଇଥିଲେ। ହେଲେ ୧୯୯୦ ମସିହା ପରଠାରୁ ରୁ ଏହି ଆସନକୁ ଜାତୀୟ ଦଳ କଂଗ୍ରେସ ଫେରି ନଥୁଲାବେଳେ ଶୁକ୍ରବାର ଭଞ୍ଜନଗର ରାଜନୀତି ରେ ଦେଖିବାକୁ ମିଳିଛି ବଡ଼ ହଟଚମଟ। ପୂର୍ବତନ ଭଞ୍ଜନଗର ବ୍ଳକ ବିଜେଡି ଯୁବ ସଭାପତି ତଥା ଭଞ୍ଜନଗର ଅଞ୍ଚଳର ଯୁବ ସମାଜସେବୀ କୁଲୁ ଭୁୟାଁଙ୍କ ସମେତ ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ହିଞ୍ଜିଳିକାଟୁରେ ଆୟୋଜିତ ସମ୍ବିଧାନ ବଞ୍ଚାଓ ସମାବେଶରେ ପିସିସି ସଭାପତି ଭକ୍ତଚରଣ ଦାସ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । କୁଲୁ ଙ୍କ ସମେତ ଭଞ୍ଜନଗର ବ୍ଲକ ଯୁବ ବିଜେଡ଼ି ସଭାପତି ରବିନ୍ଦ୍ର ପ୍ରଧାନ ଓ ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି କର୍ମୀ କଂଗ୍ରେସ ରେ ସାମିଲ ହୋଇଛନ୍ତି । କଂଗ୍ରେସରେ କୁଲୁଙ୍କ ଯୋଗଦାନ ପରେ ଭଞ୍ଜନଗର କଂଗ୍ରେସ ଶକ୍ତିଶାଳୀ ହେବ ବୋଲି କଂଗ୍ରେସ କର୍ମୀ ଆଶା ପ୍ରକଟ କରିଛନ୍ତି । ମିଶ୍ରଣ ପର୍ବରେ ପିସିସି ପ୍ରଭାରୀ ଅଜୟ କୁମାର, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ ଦଳୀୟ ନେତା ଉପସ୍ଥିତ ଥିଲେ ।