ଭଞ୍ଜନଗର : ପ୍ରାଣୀଙ୍କ ଆଶୁ ଚିକିତ୍ସାରେ ପ୍ରାଣୀମିତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପ୍ରାଣୀ ସମ୍ପଦ ବିକାଶ ବିଭାଗ କର୍ମଚାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ସମ୍ପ୍ରସାରଣ ତାଲିମ କେନ୍ଦ୍ରରେ ମଙ୍ଗଳବାର ଠାରୁ ୧୭ ଦିନିଆ ପ୍ରାଣୀମିତ୍ର ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଗଞ୍ଜାମ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ (ସିଡିଭିଓ) ଡ଼ା ଅଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଣୀମିତ୍ର ମାନକ ଭୂମିକା ସମ୍ପର୍କରେ କହିଥିଲେ। ଏଥିସହ ଗୃହ ପାଳିତ ପ୍ରାଣୀଙ୍କ ଆଶୁ ଚିକିତ୍ସାରେ ପ୍ରାଣୀମିତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଦାସ କହିଥିଲେ। ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ (ଏଡିଭିଓ) ଡା ତରୁଣେନ୍ଧୁ ପାତ୍ର, ଉପ ନିର୍ଦ୍ଦେଶକ ଡ଼ା କାର୍ତ୍ତିକ ଚରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଡ଼ା ସୌମ୍ୟ ରଞ୍ଜନ ପତି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ତାଲିମ ପ୍ରଦାନ କରିଥିଲେ। ମୁଖ୍ୟ ତାଲିମଦାତା ଡ଼ାଅବିନାଶ ସାହୁଙ୍କ ନେତୃତ୍ୱରେ ଡ଼ା ବିଜୟିନୀ ପଣ୍ଡା, ଡ଼ା ସମୀର କୁମାର ଦାସ ବିଭିନ୍ନ ଅଧିବେସନରେ ତାଲିମ ପ୍ରଦାନ କରୁଛନ୍ତି। ୧୭ ଦିନିଆ ପ୍ରାଣୀ ମିତ୍ର ତାଲିମ ଶିବିର ୧୦ ଜୁନରୁ ଆରମ୍ଭ ହୋଇ ୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ଚିକିଟି, ବେଗୁନିଆପଡ଼ା, ଛତ୍ରପୁର ବ୍ଲକର ମହିଳା ପ୍ରାଣୀ ମିତ୍ର ମାନେ ଯୋଗଦେଇ ତାଲିମ ନେଉଛନ୍ତି। ତାଲିମ କାର୍ଯ୍ୟକ୍ରମ ସମୟରେ ସେମାନଙ୍କୁ ପଶୁପାଳନରେ ସମ୍ପ୍ରସାରଣ ଶିକ୍ଷା,ଗୃହ ପାଳିତ ପ୍ରାଣୀଙ୍କ ଆଶୁ ଚିକିତ୍ସା ଠାରୁ ଆରମ୍ଭ କରି ଟୀକା କରଣ, ଗୋ ମଇଁସାଦି ଯତ୍ନ, ଖାଦ୍ୟ ପରିଚାଳନା, ସବୁଜ ଘାସ ପରିଚାଳନା, କ୍ଷୀର ମାପିବା, ସଂକ୍ରାମକ ରୋଗ ନିୟନ୍ତ୍ରଣ, ମହୁ ଚାଷ ଉପରେ ତାଲିମ ପ୍ରଦାନ କରାଯାଉଛି। ଏହି ଅବସରରେ ୫ ରୁ ୭ ଦିନ ପ୍ରାଣୀମିତ୍ର ମାନେ ବିଭିନ୍ନ ବ୍ଲକ କ୍ଷେତ୍ର ପ୍ରଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *