
ପୋଲସରା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ପୋଲସରା ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଜଣେ ଯୁବକକୁ ଖଣ୍ଡାରେ ଆକ୍ରମଣ ହୋଇଥିବା ଜଣା ପଡ଼ିଛି। ସେହି ଗ୍ରାମର ରୁଦ୍ର ପ୍ରସାଦ ସେଠି ଆଜି ସନ୍ଧ୍ୟା ସମୟରେ ଧୋବା ସାହିରେ ନିକଟରେ ବସିଥିବା ବେଳେ 4ରୁ5 ଜଣ ଯୁବକ ଆସି ରୁଦ୍ରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ରୁଦ୍ରକୁ ଉଦ୍ଧାର କରି ପ୍ରଥମେ ପୋଲସରା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାତରିତ କରାଯାଇଥିବା ଜଣା ପଡ଼ିଛି। ରୁଦ୍ରର ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ଘଟଣାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।