
ବୁଗୁଡ଼ା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଘୁମୁସର ର ସ୍ବର ବାଲିପଦର ପକ୍ଷରୁ ପବିତ୍ର ଦେବସ୍ନାନ ପୁର୍ଣ୍ଣିମା ଅବସରରେ ପ୍ରତିଷ୍ଠାନର ୧୫୦ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ସଭାପତି ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ବାଲିପଦର ଫରେଷ୍ଟ ପାର୍କ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଆ ଅସ୍ମିତାର ପ୍ରତିକ ଶ୍ରୀଜଗନ୍ନାଥ ସମ୍ପର୍କିତ ଆଲୋଚନା ଚକ୍ରରେ ବରେଣ୍ୟ ଅତିଥି ଭାବେ ସମାଜସେବୀ ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ ଯୋଗଦେଇ ଘୁମୁସର ଅଞ୍ଚଳ ଏକ ବୈଭବଶାଳୀ ପ୍ରାଚୀନ ରାଜ୍ଯ ଏଠାରେ ସଂସ୍କୃତି ଓ ପରମ୍ପରାକୁ ଅତି ଗୁରୁତ୍ବ ଦେଇ ଅଞ୍ଚଳର ଅଧିବାସୀ ମାନେ ଓଡ଼ିଆ ଅସ୍ମିତାକୁ ସମ୍ମାନ ଦେଇ ଆସିଛନ୍ତି। ଏଣୁ ଆଜିର ଦିନରେ ସ୍ମୁ୍ତି ଚାରଣ ଆବଶ୍ଯକତା ରହିଛି। ଅନ୍ୟ ତମ ଅତିଥି ଭାବେ ସମାଜସେବୀ ମନୋଜ କୁମାର ମହାନ୍ତି, ବାଣୀ ସୁକାନ୍ତ ଦାସ, ବସନ୍ତ କୁମାର ସାହୁ, ସୁଶାନ୍ତ କୁମା ସ୍ବାଇଁ, ମନୋଜ କୁମାର ସାହୁ, ସତିଶ କମାର ରାଉଳ, ସିମାଞ୍ଚଳ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରତିଷ୍ଠାନ ପକ୍ଷରୁ ସମାଜସେବୀ ଖଲି ପରିଡା ଧନ୍ଯବାଦ ଅର୍ପଣ କରିଥିଲେ ।