
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ମଙ୍ଗଳବାର ସନ୍ଧ୍ୟା ସମୟରେ ଜଣେ ଅଜଣା ବ୍ୟକ୍ତି ଅଚେତ ହୋଇ ପଡିଥିଲେ। ଖବର ପାଇ ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଚେତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୣତ ଘୋଷଣା କରିଥିଲେ। ମୣତକଙ୍କ ପରିଚୟ ମିଳି ପାରିନଥିବା ବେଳେ ବ୍ୟକ୍ତି ଙ୍କ ମୃତ୍ୟୁର ପ୍ରକୣତ କାରଣ ମଧ୍ୟ ଜଣାପଡିନାହି। ୧୯/୨୫ରେ ଏକ ଅପମୣତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। କୌଣସି ବ୍ୟକ୍ତି ମୃତକ ଙ୍କ ପରିଚୟ ପାଆନ୍ତି ତବେ ଭଞ୍ଜନଗର ଥାନା ଅଧିକାରୀଙ୍କ ମୋ -9556659445କୁ ଜଣାଇବାକୁ ଥାନା ଅଧିକାରୀ ଜିବନାନନ୍ଦ ଜେନା ନିବେଦନ କରିଛନ୍ତି ।