
ଛତ୍ରପୁର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ସାମାନ୍ୟ ପେଟରେ ରହିଥିବା ଏକ ଷ୍ଟେନ୍ ର ଅସ୍ତ୍ରପ୍ରଚାର କରିବାକୁ ଯାଇ ବ୍ରହ୍ମପୁର ସହରରେ ଜଣେ ମହିଳା ରୋଗୀ କିଭଳି ତ୍ରୁଟିପୂର୍ଣ୍ଣ ଅସ୍ତ୍ରପ୍ରଚାରର ଶିକାର ହୋଇ ଗୁରୁତ୍ତର ହେଲେ ଏବଂ ଶେଷରେ ପୁନଃବାର ରାଜଧାନୀ ଭୁବନେଶ୍ୱରର ଏକ କର୍ପୋରେଟ ହସପିଟାଲରେ ଭର୍ତ୍ତୀ ହୋଇ ଜୀବନ ସହ ସଂଗ୍ରାମ କରି ଅତ୍ୟନ୍ତ କଷ୍ଟରେ ଦୁଇ ଦୁଇଟି ଜଟିଳ ଅସ୍ତ୍ରପ୍ରଚାର ମାଧ୍ୟମରେ ପୁନଃ ଜନ୍ମ ପାଇଲେ ଏବଂ ଘଟଣାକୁ ନେଇ ପ୍ରଶାସନକୁ ଗୁହାରୀ କରିବା ପରେ ହୋଇଥିବା ତଦନ୍ତ ରିପୋର୍ଟ ଦେବାରେ ପ୍ରଶାସନ କିପରି ଅଭିଯୋଗକାରୀ ଙ୍କୁ ପଛଘୁଞ୍ଚା ଦେଉଛି ତାହାର ଏକ ସ୍ୱଷ୍ଟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଯାହାକି ତଦନ୍ତ ରିପୋର୍ଟ ପାଇବା ପାଇଁ ଉକ୍ତ ଦମ୍ପତ୍ତି ଗତ ନଅ ମାସ ଧରି ଗଞ୍ଜାମ ଜିଲ୍ଲାର ଦୁଇ ପ୍ରମୁଖ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେବା ପରେ ଆଜି ଗଣମାଧ୍ୟମ ସମୁଖରେ ସେମାନଙ୍କ ଦୁଃଖକୁ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାର ମୁନିଷିପେଣ୍ଠ ଗ୍ରାମର ସୁଦାମ କୁମାର ସାହୁ ଙ୍କ ପତ୍ନୀ ରଶ୍ମିତା ସାହୁ ଙ୍କୁ ଗତ ୨୦୨୨ ମସିହା ଜୁଲାଇ ମାସର ୩୧ ତାରିଖରେ ପେଟରେ ରହିଥିବା ଏକ ଷ୍ଟୋନ୍ ଅସ୍ତ୍ରପ୍ରଚାର କରିବା ପାଇଁ ବ୍ରହ୍ମପୁର ସହରର ଏକ ଘରୋଇ କ୍ଲିନିକ୍ କୁ ଆଣିଥିଲେ । ହେଲେ ସେଠାରେ ଦାୟିତ୍ୱରେ ରହିଥିବା ଡାକ୍ତର ଅସ୍ତ୍ରପ୍ରଚାର କରିଦେବେ ବୋଲି ରୋଗୀ ଏବଂ ପରିବାର ବର୍ଗ ଙ୍କୁ କହିଥିବା ବେଳେ ସେହି ସମୟରେ ଏକ ମାସ ତଳେ ପରୀକ୍ଷା ହୋଇଥିବା ରିପୋର୍ଟକୁ ଦେଖି ଅସ୍ତ୍ରପ୍ରଚାର କରି ଦେଇଥିଲେ । ହେଲେ ଅସ୍ତ୍ରପ୍ରଚାର ଶେଷ ପରେ ରୋଗୀଙ୍କ ଅବସ୍ଥା ଗୁରୁତ୍ତର ହୋଇପଡିଥିଲା । ଅତ୍ୟାଧିକ ରକ୍ତସ୍ରାବ ସହିତ ମହିଳାଙ୍କ ସ୍ୱାସ୍ଥବସ୍ଥା ବିଗୁଡୁଥିବା ବେଳେ ହୃଦସ୍ପନ୍ଦନ ବଢିବା ଯୋଗୁଁ ରୋଗୀଙ୍କୁ ରାଜଧାନୀ ଭୁବନେଶ୍ୱର ନେଇଯିବା ପାଇଁ ରେଫେର୍ କରାଯାଇଥିଲା । ଯାହାକି ରୋଗୀଙ୍କ ସ୍ୱାମୀ ଏହାକୁ ନେଇ ରାଜଧାନୀ ଭୁବନେଶ୍ୱରର ଏକ କର୍ପୋରେଟ ହସପିଟାଲରେ ତାଙ୍କ ପତ୍ନୀଙ୍କୁ ଭର୍ତ୍ତୀ କରିବା ସହିତ ସେଠାରେ ପୂର୍ବରୁ ହୋଇଥିବା ତ୍ରୁଟିପୂର୍ଣ୍ଣ ଅସ୍ତ୍ରପ୍ରଚାର ଯୋଗୁଁ ରୋଗୀଙ୍କ ଶରୀରର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ନାୟୁ କଟିଯାଇଥିବା ଯୋଗୁଁ କୀଡନି ଏବଂ ଲିଭର୍ ଆଘାତପ୍ରାପ୍ତ ହୋଇଥିବା ସୂଚନା ଦିଆଯାଇଥିଲା ।
ଏପରିକି ଦୀର୍ଘ ଦେଢ ମାସ ଚିକିତ୍ସା ହେବା ପରେ ପ୍ରାୟ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମହିଳା ରୋଗୀ ଜଣଙ୍କ ସୁସ୍ଥ ହୋଇ ଫେରିଥିବା ବେଳେ ଡିସଚାର୍ଜ ରିପୋର୍ଟେ ତାହାକୁ ଉଲ୍ଲେଖ କରାଯାଇଥିବା ଗଣମାଧ୍ୟମ ସମୁଖରେ କହିଛନ୍ତି ଅଭିଯୋଗକାରୀ ରୋଗୀଙ୍କ ସ୍ୱାମୀ ସୁଦାମ କୁମାର ସାହୁ । ମହିଳା ଜଣଙ୍କ ସୁସ୍ଥ ହୋଇ ଫେରିବା ପରେ ଘଟଣା ନେଇ ପରିବାର ବର୍ଗ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ହେଲେ ତଦନ୍ତ କରିବାକୁ ଯାଇଥିବା ସ୍ୱାସ୍ଥ ବିଭାଗର ଟିମ୍ ତଦନ୍ତ କରିବାକୁ ଯାଇଥିବା ସମୟରେ ଏଭଳି ତ୍ରୁଟିପୂର୍ଣ୍ଣ ଚିକିତ୍ସାର ଶିକାର ହୋଇଥିବା ପରିବାରକୁ ସହଯୋଗ ମିଳିନଥିଲା । ଯାହାକି ସେ ନିଜେ ଅଭିଯୋଗକାରୀ ଯୋର ଜବରଦସ୍ତ ସେହି ଘରୋଇ କ୍ଲିନିକ୍ କୁ ଯାଇଥିଲେ ବୋଲି କହିଛନ୍ତି ଅଭିଯୋଗକାରୀଙ୍କ ସ୍ୱାମୀ ସୁଦାମ କୁମାର ସାହୁ । ଏପରିକି ତଦନ୍ତ ସମୟରେ ମାମଲାର ରଫାଦଫା କରିବା ପାଇଁ କୁଆଡେ ଚାପା ପ୍ରୟୋଗ କରାଯାଇଥିଲା ବୋଲି କହିଛନ୍ତି । ହେଲେ ତଦନ୍ତ ରିପୋର୍ଟ ପାଇବା ପାଇଁ ଆବେଦନ କରି ନଅ ମାସ ଧରି ଅପେକ୍ଷା କରି ଦୌଡୁଛନ୍ତି ଦମ୍ପତ୍ତି । ପ୍ରଶାସନର ତଦନ୍ତ ରିପୋର୍ଟ ପାଇବା ପାଇଁ ଆବେଦନ କରି ଗତ ନଅ ମାସ ଧରି ଗଞ୍ଜାମ ଜିଲ୍ଲାର ଦୁଇଟି ପ୍ରମୁଖ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଲେଣି ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ମୁନିଷିପେଣ୍ଠ ଗ୍ରାମର ଏହି ଦମ୍ପତ୍ତି । ଯାହାକୁ ନେଇ ସେମାନେ କ୍ଷତିପୂରଣ ପାଇବା ପାଇଁ ଆବେଦନ କରିପାରୁନଥିବା ନେଇ କହିଛନ୍ତି । ରିପୋର୍ଟ ପାଇବା ପାଇଁ ଛତ୍ରପୁର ଠାରେ ରହିଥିବା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯାଇ ରିପୋର୍ଟ ପାଇବା ପାଇଁ ଆବେଦନ କଲେ ଏକ ପତ୍ର ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ରିପୋର୍ଟ ନେବା ପାଇଁ ପରାମର୍ଶ ଦିଆଯାଉଥିବା ବେଳେ ସେହି ପତ୍ର ମାଧ୍ୟମରେ ଅପରପକ୍ଷେ ସିଡିଏମ୍ଓ ଙ୍କା କାର୍ଯ୍ୟାଳୟକୁ ଆସି ଯୋଗାଯୋଗ କଲେ ତାଙ୍କୁ ଏଡିଏମ୍ ଙ୍କ କାର୍ଯ୍ୟାଳୟରେ ଯାଇ ନେବା ପାଇଁ କୁହାଯାଉଥିବା ନେଇ ଦୌଡି ଦୌଡି ନାୟନ୍ତ ହେଲେଣି ଦମ୍ପତ୍ତି । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପଚରାଯିବା ପରେ ଜିଲ୍ଲାପ୍ରଶାସନର ନିର୍ଦ୍ଧେଶକ୍ରମେ ସ୍ୱାସ୍ଥ ବିଭାଗର ଏକ ଟିମ୍ ଯାଇ ବ୍ରହ୍ମପୁରର ଘରୋଇ କ୍ଲିନିକ୍ ରେ କିପରି ତ୍ରୁଟିପୂର୍ଣ୍ଣ ଅସ୍ତ୍ରପ୍ରଚାର କରାଇଥିଲା ଏବଂ ତାହାକୁ କିପରି ଏବଂ କେଉଁ ପରିସ୍ଥିତିରେ ରୋଗୀ ଜଣଙ୍କ ଗୁରୁତ୍ତର ହୋଇଥିଲେ ତାହାକୁ ତଦନ୍ତ କରିବା ସହିତ ଜିଲ୍ଲାପ୍ରଶାସନକୁ ରିପୋର୍ଟ ପଠାଇ ଦିଆଯାଇଥିବା କହିଛନ୍ତି ଜିଲ୍ଲାର ସିଡିଏମ୍ଓ ଡାକ୍ତର ଭବାନୀ ଶଙ୍କର ମିଶ୍ର ।