ଭଞ୍ଜନଗର : କୁଲାଡ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ କୁଲାଡ଼ରେ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ପ୍ରଶାସନିକ ବୈଠକ ଗୁରୁବାର ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଚଳିତ ବର୍ଷର ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେନେଇ ସମସ୍ତ ଙ୍କ ସହଯୋଗ ଲୋଡିଛନ୍ତି।ଭଞ୍ଜନଗର ତହସିଲଦାର ଅଭିପ୍ସା ପଟ୍ଟନାୟକ ଚଳିତ ବର୍ଷର ରଥଯାତ୍ରା ବାବଦରେ ସମ୍ୟକ ସୁଚନା ଦେଇଥିଲେ। ପରେ କୁଲାଡ଼ ରାଜସ୍ବ ନିରୀକ୍ଷକ ଗତ ବର୍ଷ ରଥଯାତ୍ରା ର ଆୟବ୍ୟୟ ଉପରେ ତଥ୍ୟ ରଖିଥିଲେ।ବୈଠକ ରେ ପୁର୍ତ୍ତ,ପୁଲିସ,ଅଗ୍ନିଶମ,ପାନିୟ ଜଳ ଯୋଗାଣ,ବିଦ୍ୟୁତ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ ମନ୍ଦିର ସେବାୟତ ଉପସ୍ଥିତ ରହି ଆଲୋଚନା ରେ ଅଶଂଗ୍ରହଣ କରିଥିଲେ। ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *