ଯାଜପୁର : ନୂତନ ନିଯୁକ୍ତ ଜିଏସଟି ଅତିରିକ୍ତ ଆୟୁକ୍ତ ସତ୍ୟନାରାୟଣ ପଣ୍ଡା ଙ୍କୁ ଟ୍ୟାକ୍ସ ବାର ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି) ଗୁରୁବାର ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ ତରଫରୁ ନୂତନ ଭାବେ ନିଯୁକ୍ତ ହୋଇଥିବା ରାଜ୍ୟ ଜିଏସଟି ବିଭାଗ ର ଯାଜପୁର ରେଞ୍ଜ ର ଅତିରିକ୍ତ ଆୟୁକ୍ତ ଶ୍ରୀଯୁକ୍ତ ସତ୍ୟନାରାୟଣ ପଣ୍ଡା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଟ୍ୟlକ୍ସ ବାର ର ସଭାପତି ବିବେକାନନ୍ଦ ମହାନ୍ତି, ସମ୍ପାଦକ ଶ୍ରୀ ଧନେଶ୍ୱର ବାରିକ୍, ଯୁଗ୍ମ ସମ୍ପାଦକ ଅଶୋକ କୁମାର ଶର୍ମା, ମାନସ ରଞ୍ଜନ ସାମଲ, ଦିଲ୍ଲୀପ କୁମାର ମଲ୍ଲିକ, ହେମନ୍ତ ପଥାଳ, ବିଦ୍ୟାଧର ମହାନ୍ତି, ସତ୍ୟଜିତ ଶତପଥି, ରାଜେନ୍ଦ୍ର ଧୀରସାମନ୍ତ, ଅକ୍ଷୟ କୁମାର ବାରିକ୍, ରମାକାନ୍ତ ସେଠୀ, ରତିକାନ୍ତ ବେହେରା, ଦେବବ୍ରତ ବାରିକ, ପ୍ରବୀର ରାଉତ ଙ୍କ ସମେତ ଏଥିରେ ସାମିଲ ହୋଇ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ। ପରେ ଓକିଲ ମାନେ ଶ୍ରୀଯୁକ୍ତ ପଣ୍ଡା ଏବଂ ସର୍କଲ ହେଡ ଯୁଗ୍ମ ଅଯୁକ୍ତ ଲାଲ ବାହାଦୁର ବିଶ୍ଵାଳ ଙ୍କ ସହିତ ଜିଏସଟିର ବିଭିନ୍ନ ଅସୁବିଧା ଉପରେ ଦୃଷ୍ଟି ଆକର୍ଷଣ କରି ଆଲୋଚନା କରିଥିଲେ ଏବଂ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ସବୁ ସମସ୍ୟା ର ସମାଧାନ ହୋଇପାରିବ ବୋଲି ଶ୍ରୀଯୁକ୍ତ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *