ଯାଜପୁର : ବ୍ରାହ୍ମଣୀ – ବୈତରଣୀ ଓ ଖରସ୍ରୋତା ନଦୀ ସୁରକ୍ଷା ଓ ତାର ପ୍ରଦ୍ୟୁଷଣ ମୁକ୍ତ ପାଇଁ ଜଳ ମାନବ ଡଃ ରାଜେନ୍ଦ୍ର ସିଂ ଙ୍କ ସମ୍ବାଦ ବାର୍ତ୍ତା କାର୍ଯ୍ୟକ୍ରମ

ଯାଜପୁର ( ଅଭିମନ୍ୟୁ ମିଶ୍ର ଯାଜପୁର ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ)ଓଡ଼ିଶା ର ନଦୀ ସୁରକ୍ଷା ପାଇଁ ଭାରତର ଜଳ ମାନବ ଡଃ ରାଜେନ୍ଦ୍ର ସିଂ ଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ର ପାଣିକୋଇଲି ଠାରେ ଆଜି ବ୍ରାହ୍ମଣୀ-ବୈତରଣୀ – ଖରସ୍ରୋତା ନଦୀ ସୁରକ୍ଷା ଓ ତାର ପ୍ରଦ୍ୟୁଷଣ ମୁକ୍ତ ପାଇଁ ଜିଲ୍ଲା ର ନଦୀ ପ୍ରେମୀ, ପ୍ରକୃତି ଓ ପରିବେଶ ପ୍ରେମୀ, ବୁଦ୍ଧିଜୀବୀ ,ଚାଷୀ ନେତା, ରାଜନେତା ଏବଂ ସାମ୍ବାଦିକ ମାନଙ୍କୁ ନେଇ ଏକ “ସମ୍ବାଦ ବାର୍ତ୍ତା” ଭିତ୍ତିକ ଜନ ସଚେତନତା ମୂଳକ ଲୋକ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡଃ ରାଜେନ୍ଦ୍ର ସିଂ ଙ୍କ ସମେତ ରାଜ୍ୟ ର ଜଣାଶୁଣା ସାମାଜିକ କର୍ମୀ ତଥା ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଆବାହକ ସୁଦର୍ଶନ ଦାସ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ତଥା ନଦୀ ଉପରେ ରିସର୍ଚ୍ଚ କରୁଥିବା ପ୍ରଫେସର ବିନାୟକ ରଥ ଯୋଗଦେଇ ନଦୀ ସଭ୍ୟତା ଓ ନଦୀ ବଞ୍ଚିଲେ ଦେଶ ବଞ୍ଚିବ ବା ଆମ ସଭ୍ୟତା ବଞ୍ଚି ରହିବ ବୋଲି ସତର୍କ କରେଇଦେବା ସହିତ ନଦୀ ମାଆ ର ସେବା ପୂର୍ବକ ନଦୀ କୁ ମାଆ ଭଳି ଦୃଷ୍ଟି କୋଣରେ ଦେଖିବା କଥା। ତେଣୁ ଆଜି ସମୟ ଆସିଛି ଆମ ଯାଜପୁର ଜିଲ୍ଲା ଭିତରେ ପ୍ରବାହିତ ହୋଇ ଯାଇ ଥିବା ଆମ ଜିଲ୍ଲା ର ଜୀବନ ରେଖା ବ୍ରାହ୍ମଣୀ,ବୈତରଣୀ ଓ ଖରସ୍ରୋତା ନଦୀ ଓ ବିଭିନ୍ନ ଝରଣା ଖରଖନ ଦୂଷିତ ପାଣି ଖଣିଖାଦାନ କ୍ରୋମାଇଟ ମିଶା ବିଷାକ୍ତ ପାଣି ଗୁଡିକ ଏହି ନଦୀ ଜଳ ରେ ମିଶ ଜଳକୁ ପ୍ରଦୂଷିତ କରୁଛି ଏହା ନିରା କରଣ ପାଇଁ ସମଗ୍ର ଜିଲ୍ଲା ବାସି ଦଳମତ ନିର୍ବିଶେଷରେଏକ ହୋଇ ନଦୀ ଗୁଡିକ ସୁରକ୍ଷା ପାଇଁ ସରକାରନିକଟ ରେ ଚାପ ପକାଇବ ର ସମୟ ଆସିଛି l

କିଭଳି ସବୁଦିନ ଚିରସ୍ରୋତା ରଖି ପାରିବା ଏବଂ ସର୍ବୋପରି ନଦୀ କୂଳିଆ ଅଞ୍ଚଳ ବାସୀ ଏକତ୍ର ହୋଇ ନଦୀ ଉପରେ ନିର୍ଭର କରି ଚଳୁଥିବା ଚାଷୀ ସମାଜ, ମତ୍ସ୍ୟ ଜୀବୀ ସମାଜ ଓ କମ୍ପାନୀ ଓ ମାଇନ୍ସ ବେପାରୀ ମାନଙ୍କ ମଧ୍ୟରେ ଜନସଚେତନ ସୃଷ୍ଟି କରିବା ନିହାତି ଆବଶ୍ୟକ। ଏହି କାର୍ଯ୍ୟକ୍ରମ ମହାନଦୀ ବଞ୍ଚାଅ ଆନ୍ଦୋଳନ ର ଯାଜପୁର ଜିଲ୍ଲା ଶାଖା ତରଫରୁ ସଂଯୋଜକ ଅକ୍ଷୟ କୁମାର ଜେନା ଙ୍କ ସଭାପତିତ୍ବ ରେ ହୋଇଥିବା ବେଳେ ଏଥିରେ କେନ୍ଦୁଝର ର ବୈତରଣୀ ନଦୀ ଉପରେ ସାମାଜିକ ଚେତନା ସୃଷ୍ଟି କରୁଥିବା ଅଶୋକ ଠାକରେ ଓ ସୁବାସ ଧଳ,ପ୍ରଫୁଲ୍ଲ ନାୟକ, ନିର୍ମଳ ରଥ, ମଧୁସୂଦନ ସାହୁ, ଘନଶ୍ୟାମ ପଣ୍ଡା, ବି. ମୂର୍ତ୍ତି,ବଳରାମ ସାହୁ, ମନୋରଞ୍ଜନ ଦାସ,ଶରତ ଚନ୍ଦ୍ର ପଣ୍ଡା, ପ୍ରଦୀପ କୁମାର ଜେନା,ରଘୁନାଥ ମାଝୀ, ନରହରି କୁଅଁର, ଅରୂପା ନନ୍ଦ ମଲ୍ଲିକ,ଲୀଳାବତୀ ସ୍ବାଇଁ ପ୍ରମୁଖ ଯୋଗଦେଇ ନଦୀ ର ସମସ୍ୟା ଓ ତାର ନିରାକରଣ ଏବଂ ଆମ ସାମାଜିକ ଦାୟିତ୍ୱବୋଧତା ଉପରେ ବକ୍ତବ୍ୟ ରଖିଥିଲେ। ଏହି ବ୍ରାହ୍ମଣୀ ବୈତରଣୀ ଓ ଖରସ୍ରୋତା ନଦୀ ସମ୍ମୀଳନୀ- ନଦୀ ସୁରକ୍ଷା – ନଦୀ ଜଳ ପ୍ରଦ୍ୟୁଷଣ ଓ ନଦୀଜଳ ସୁରକ୍ଷା ଜନିତ ବୈଠକରେ ଆଗାମୀ ଦିନର କାର୍ଯ୍ୟକ୍ରମ ଓ କାର୍ଯ୍ୟପନ୍ଥା କୁ ଆଗେଇ ନେବା ପାଇଁ ଏକ ୧୩ ଜଣିଆ କାର୍ଯ୍ୟ ନିର୍ବାହୀ କମିଟି ଆବାହକ ଅକ୍ଷୟ କୁମାର ଜେନା ଓ ସହ ଆବାହକ ସୁବାଷ ଚନ୍ଦ୍ର ଧଳ ଙ୍କ ତତ୍ବାବଧାନରେ ଗଠନ କରାଗଲା ଏବଂ ଆସନ୍ତା ଜୁଲାଇ ମାସ ୨ୟ ସପ୍ତାହରେ ଜିଲ୍ଲା ଏକ ପ୍ରମୁଖ ନଦୀ କୂଳିଆ ଅଞ୍ଚଳ ରେ ରାଜ୍ୟ ର ଏବଂ ଦେଶର ନଦୀ ବିଶେଷଜ୍ଞ ଓ ସରକାରୀ ବିଭାଗ,ପରିବେଶବିତ୍ ପ୍ରକୃତି ପ୍ରେମୀ ସର୍ବୋପରି ନଦୀ କୁ ଭଲ ପାଉଥିବା ଅନୁଷ୍ଠାନ ସମୁହ ଓ ସାଧାରଣ ଜନତା ଏବଂ କୃଷକ ସଙ୍ଗଠନ, କାରଖାନା ମାଲିକ,ନଦୀ କୂଳିଆ ମତ୍ସ୍ୟଜୀବୀ, ନଦୀକୂଳିଆ ପରିବା ବ୍ୟବସାୟୀ ସମୁହ ଆଦି ଙ୍କୁ ନେଇ ଏକ ବିରାଟ ସାଧାରଣ ସଚେତନତା ମୂଳକ ଖୋଲା ମଞ୍ଚ ସଭା ଆୟୋଜନ କରାଯିବ ବୋଲି ସ୍ଥିର ହେଲା। ଶେଷରେ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସୁବାସ ଚନ୍ଦ୍ର ଧଳ ଙ୍କ ନେତୃତ୍ବରେ ଅଞ୍ଚଳବାସୀ ଙ୍କ ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ। ।

Leave a Reply

Your email address will not be published. Required fields are marked *