ଭଞ୍ଜନଗର : +୩ ନାମଲେଖା ଆରମ୍ଭ, ଆଜି ପ୍ରଥମ ଦିନରେ ଛାତ୍ରଛାତ୍ରୀ ଙ୍କ ନାମଲେଖା

ଭଞ୍ଜନଗର( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ) ଶୁକ୍ରବାରଠାରୁ ରାଜ୍ୟରେ +୩ ପ୍ରଥମ ବର୍ଷ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପାଇଁ ନାମଲେଖା ଆରମ୍ଭ ହୋଇଛି। ତେଣୁ ଆଜି ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରୀଛାତ୍ର ନିଜର ଆବଶ୍ୟକ ପ୍ରମାଣପତ୍ର ସହ ପହଞ୍ଚି ନାମ ଲେଖାଉଛନ୍ତି। ଆଜି ପ୍ରଥମ ଦିନରେ ଛାତ୍ରୀଛାତ୍ର ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରି ନ ଥିବାରୁ ନାମ ଲେଖା ନିରୁତ୍ସାହଜନକ ଥିବା ଜଣାପଡ଼ିଛି।ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପ୍ରଶାସନିକ ଅଧିକାରୀ ବିଭାସ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାମ ଲେଖା ଚାଲିଛି। ତାଙ୍କୁ ଅଧ୍ୟାପକ ଦୁର୍ଗା ପ୍ରସାଦ ସାହୁ, ସୀମାଞ୍ଚଳ ବେହେରା, ବିଦେଶୀ ରାଉତ, ଅର୍ପଣ ପ୍ରଧାନ, ବିଭୂତି ଗୌଡ଼, ଅଧ୍ୟାପିକା ସସ୍ମିତା ଦାସ, ସ୍ମରଣିକା ପାଢ଼ୀ, ପବିତ୍ର ଶବର, ଡିଇଓ ଅଜିତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *