ପୁରୀ : ସମୁଦ୍ରରେ ଜଣେ ନିଖୋଜ, ୨ ଉଦ୍ଧାର

ପୁରୀ, (ବଳରାମ ତ୍ରିପାଠି,ପୁରୀ ଜିଲ୍ଲା ପ୍ରତିନିଧି ଓଡିଶା ଟୁଡେ): ପୁଣି ସମୁଦ୍ରରେ ନିଖୋଜ ହୋଇଛନ୍ତି ଜଣେ ପର୍ଯ୍ୟଟକ। ଗୁରୁବାର ୩ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରିଛନ୍ତି ଲାଇଫ୍ ଗାର୍ଡ । ନିଖୋଜ ହୋଇଥିବା ପର୍ଯ୍ୟଟକ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧୀନ ପଲାସିଆ ଗ୍ରାମର ବିଶ୍ୱଜିତ କୁମାର ଦେ(୨୩)ଙ୍କ ପତ୍ତା ମିଳିନି। ଉଦ୍ଧାର ହୋଇଥିବା ୨ ଜଣ ହେଲେ ସେହି ପଲାସିଆ ଗ୍ରାମର ଦେବାଶିଷ ପରିଡ଼ା(୨୦) ଓ ଯାଜପୁର ଜିଲ୍ଲା ଡଙ୍କରିସାହି ଥାନା ଅଞ୍ଚଳର ଦୀପକ କୁମାର ମହନ୍ତ(୨୦)। ୩ ଜଣ ଅପରାହ୍ନ ସାଢ଼େ ୪ଟାରେ ସ୍ବର୍ଗଦ୍ଵାର ସାମ୍ନା ୮ ଓ ୯ ନମ୍ବର ସେକ୍ଟର୍‌ରେ ସମୁଦ୍ର ସ୍ନାନ କରୁଥିଲେ। ୩ ଜଣଙ୍କୁ ଉଚ୍ଚ ଜୁଆର ଟାଣି ନେଇଥିଲା। ଉପସ୍ଥିତ ଲାଇଫ୍ ଗାର୍ଡ ସମୁଦ୍ର ଭିତରକୁ ତତ୍‌କ୍ଷଣାତ୍ ଲମ୍ଫ ମାରି ପଶିଥିଲେ। ୨ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବାବେଳେ ବିଶ୍ଵଜିତ୍ ନିଖୋଜ ହୋଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *