
ଜଗନ୍ନାଥ ପ୍ରସାଦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଦିନକୁ ଦିନ ହଜି ଯାଉଛି ରଜ ପର୍ବ ପାଳନ। ଉପାନ୍ତ ଇଲାକା ର କୁମାରୀ ମାନେ ଦୋଳି ଖେଳ ଆଉ ପୁଚି ଖେଳ ରେ ଆଉ ମନ ଦେଉନାହାନ୍ତି। ଏହି ପରିପ୍ରେକ୍ଷୀରେ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ପକ୍ଷରୁ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ପୁଟଗାଡ଼ିଆ ଗାଁରେ ଆଜି ରଜ ସଂକ୍ରାନ୍ତି କୁ ଖୁବ ଧୁମଧାମରେ ପାଳନ କରାଯାଇଛି । ଭଞ୍ଜନଗର ବିପଦର ବନ୍ଧୁ ସଙ୍ଗଠନ ଆଜି ଏହି ଗାଁ ରେ ପହଁଚି ଗ୍ରାମବାସୀଙ୍କ ସହିତ ମିଶି ଗାଁ ର ପୁରୁଷ ମହିଳା ଓ ପିଲାମାନଙ୍କୁ ନେଇ ଦିନ ତମାମ ବିଭିନ୍ନ ଖେଳ, ପ୍ରତିଯୋଗିତା କରି ପୁରସ୍କୃତ କରି, ନାଚ, ଗୀତ ଭୋଜି ଭାତ କରିବା ସହ ପାଠ୍ୟପକରଣ ବଣ୍ଟନ କରି ରଜ ପାଳନ କରିଛନ୍ତି । ଗାଁ ବାରିପଟ ଆମ୍ବ ଗଛରେ ରଜ ଦୋଳି ବାନ୍ଧି ଝୁଲିଛନ୍ତି । ଅନୁଷ୍ଠାନ ର ଯୁବକଙ୍କ ଏଭଳି କାର୍ଯ୍ୟ କୁ ଗ୍ରାମବାସୀ ଭୁୟସୀ ପ୍ରଶଂସା କରିବା ସହ ଏଭଳି କେବେ ରଜ ପାଳନ କରିନଥିବା ଗ୍ରାମବାସୀ କହିଛନ୍ତି । କର୍ମ ମୟ ଜୀବନରେ ଆଜି କାଲି କେବଳ ଟିଭି ରେ ରଜ ପାଳନ ଦେଖି ଲୋକମାନେ ରଜ କଟାଇ ଦେଉଥିବା ବେଳେ ଏହାକୁ ବ୍ୟାପକ କରାଇବା ପାଇଁ ଓ ଖୁସି ବାଣ୍ଟିବା ପାଇଁ ସଂଗଠନ ଏଭଳି ପ୍ରୟାସ କରିଥିବା ଗତ ଅନେକ ବର୍ଷ ହେଲା ଭିନ୍ନଭିନ୍ନ ନିପଟ ମଫସଲ ଉପାନ୍ତ ଗାଁ କୁ ଯାଇ ଏହି ସଂଗଠନ ଏଭଳି କାର୍ଯ୍ୟ ଜାରି ରଖିଥିବା ଅନୁଷ୍ଠାନ ର ମୁଖ୍ୟ ଅରକ୍ଷିତ ପରିଛା ପ୍ରକାଶ କରିବା ସହ ସଂଗଠନ ର ସମସ୍ତ ସଭ୍ୟ ସଭ୍ୟା ଏଥିପ୍ରତି ଉଦ୍ୟମ କରିଥିବାରୁ ଏଭଳି କାର୍ଯ୍ୟ ସମ୍ଭବପର ହୋଇପାରୁଥିବା ସେ ପ୍ରକାଶ କରିଛନ୍ତି ।