
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗତ ୧୦ ତାରିଖ ଦିନ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ କୁ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ର ସଦସ୍ୟ ମାନେ ଭଞ୍ଜନଗର ମେଡିକାଲ ରାସ୍ତା କଡରେ ରେ ଦେଖି ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଁଞ୍ଚି ସେହି ମୃତଦେହ କୁ ଉଦ୍ଧାର କରି ସ୍ବେଛାସେବୀ ମାନଙ୍କ ଉପସ୍ଥିତି ରେ ରେ ମେଡିକାଲ ରେ ସବ ବ୍ୟବଚ୍ଛେଦ କରାଇଥିଲେ । ବହୁତ ଚେଷ୍ଟା ପରେ ତାଙ୍କର ପରିବାର ର କୌଣସି ସନ୍ଧାନ ନ ମିଳିନଥିଲା। ପ୍ରଶାସନର ନିୟମ ଅନୁଯାଇ ସେହି ମୃତ ଦେହକୁ ଥାନାଧିକାରୀ ଜୀବନାନନ୍ଦ ଜେନା ଙ୍କ ନିର୍ଦେଶ କ୍ରମେ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ସଦସ୍ୟ ଓ ଭଞ୍ଜନଗର ପୋଲିସର ଉପସ୍ଥିତି ରେ ମାଲସାହି ଶ୍ମାଶନ ରେ ଯଥାବିଧି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।