ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ଗୃହ ଠାରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଲକର ସମସ୍ତ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ସଭାପତି ବିଭୁତିଭୂଷଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥିଭାବେ ରାଜ୍ୟ ସଂଘ ସମ୍ପାଦକ ଶ୍ୟାମସୁନ୍ଦରଖାଡ଼ଙ୍ଗା ଯୋଗଦେଇ ପେନସେନ ଉପରେ କେନ୍ଦ୍ରସରକାର ନେବାକୁ ଯାଉଥିବା ବିଷୟରେ ରହିଥିବା ଅସୁବିଧା ଓ ସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ l ଭବିଷ୍ୟତରେ ଏହାର ପ୍ରଭାଵରେ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ପେନସନରେ କୌଣସି ପ୍ରକାର ସୁବିଧା ରହୁନଥିବା ଦର୍ଶାଇଥିଲେ l ଏହାକୁ ନେଇ ପରବର୍ତ୍ତୀ ଦିନରେ ଏକ ବଡ ଧରଣର ସମାବେଶ ସହ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଜଣାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି l ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ ସ୍ୱାଗତ ଭାଷଣ ସହ ଏହାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଏଥିସହ ସଚେତନ ରଥ ମାଧ୍ୟମରେ ବ୍ରହ୍ମପୁର ଠାରୁ ଫୁଲବାଣୀ ଭାୟା ଆସ୍କା, ଭଞ୍ଜନଗର ଦେଇ ପ୍ରସ୍ତାବିତ ରେଳ ଲାଇନ କାର୍ଯ୍ୟକୁସଂଘ ସମ୍ପୂର୍ଣ୍ଣ ସ୍ୱାଗତ କରିବା ସହ ସମର୍ଥନ କରାଯାଇଥିଲା l ଏଥିରେ କବିରାଜ ପୋଲେଇ, ଜଗବନ୍ଧୁ ଜେନା, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଜୟଦେବ ତାରିଣୀ, ଅମରବିଳାସ ବେହେରା,ଅନୁପମ ବାନାର୍ଜୀ, ଅନିଲ କୁମାର ପଣ୍ଡା, ସନ୍ତୋଷ କୁମାର ଜେନା, ପର୍ଶୁରାମ ସ୍ୱାଇଁ, ରିତାରାଣୀ ମହାପାତ୍ର, ବିପିନ ବିହାରୀ ପାଢ଼ୀ, ସୁରେଶ ଚନ୍ଦ୍ର ସ୍ୱାଇଁ, ଶ୍ୟାମ ସୁନ୍ଦର ରଣସିଂହ, ଅଭିମନ୍ୟୁ ପଣ୍ଡା, ଗୋପାଳ ଚନ୍ଦ୍ର ସ୍ୱାଇଁ, ବନମାଳୀ ଲେଙ୍କା ପ୍ରମୁଖ ଆଲୋଚନାରେଅଂଶ ଗ୍ରହଣ କରିଥିଲେ l ଏଥିରେ ଶତାଧିକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ ସନ୍ତୋଷ ଜେନା ସଂଯୋଜନା କରିଥିବାବେଳେ ସୁବାସ ଚନ୍ଦ୍ର ତାରିଣୀ ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *