ବୁଗୁଡ଼ା : ଉତ୍କଳ ବେଲମା ସମାଜ ଚାରି ତାଳୁକାର ସାଧାରଣ ସଭା ଅନୁଷ୍ଠିତ

ବୁଗୁଡ଼ା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଉତ୍କଳ ବେଲମା ସମାଜର ଘୁମୁସର ତାଲୁକା, ଧରାକୋଟ ତାଲୁକା, ଖାଲସା ତାଲୁକା ଓ ଆଠଗଡ଼ ତାଲୁକାର ସାଧାରଣ ବୈଠକ ବାଲିପଦର ଆସ୍କା ରୋଡ଼ ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ ଷ୍ଟେସନ ନିକଟସୁ ଫରେଷ୍ଟ ପାର୍କରେ ଜୁନ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନାରାୟଣ ବେହେରା ଅଧ୍ଯକ୍ଷତା କରିଥିଲେ । ପ୍ରଥମେ ଅତିଥିମାନଙ୍କୁ ସ୍ବାଗତ କରିବା ପରେ କୁଳଦୀପ ପ୍ରଜ୍ଜ୍ଵଳନ କରି ବିଭୁ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକରେ ଚାରି ତାଲୁକାର ୨୨ ଖଣ୍ଡ ପଲ୍ଲୀ କମିଟିର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇ ସମାଜକୁ ସୁଦୃଢ କରିବା ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ସ୍ଥିର କରାଗଲା । ସର୍ବସମ୍ମତି କ୍ରମେ ଚାରି ତାଲୁକା କମିଟିର ସଭାପତି ଭାବେ ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି – କବିରାଜ ନାୟକ, ସମ୍ପାଦକ ନାରାୟଣ ବେହେରା, କୋଷାଧ୍ୟକ୍ଷ – ପ୍ରଫୁଲ ନାହାକ, କୁଳାଧୂକାରୀ ବାଳକୃଷ୍ଣ ନାୟକ ଓ ସୂର୍ଯ୍ୟକାନ୍ତ ନାୟକ ଏବଂ ଉପଦେଷ୍ଟା ଭାବେ କାମେଶ୍ବର ବେହେରା, ଭୀମସେନ ବେହେରା ଓ ପ୍ରଭାକର ପ୍ରଧାନ ନିର୍ବାଚିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋକରାମ ସାହୁ, ସୁବାଷ ଚନ୍ଦ୍ର ନାୟକ, ଜୟରାମ ନାୟକ, ଅନନ୍ତି ପ୍ରଧାନ, ବିପ୍ର ନାହାକ, ପଞ୍ଚାନନ ନାୟକ, କଂଗ୍ରେସ ପ୍ରଧାନ, ପ୍ରକାଶ ନାୟକ, ଦେବରାଜ ପ୍ରଧାନ, କାମେଶ୍ବର ବେହେରା, ନିରଞ୍ଜନ ପ୍ରଧାନ, ଦିବାକର ପ୍ରଧାନ, ସୁରେନ୍ଦ୍ର ବସ୍ତିଆ, ପ୍ରମୋଦ କୁମାର ନାୟକ, ନବଘନ ନାୟକ, ପ୍ରଫୁଲ ନାହାକ, କୃଷ୍ଣ ନାହାକ, ଗଣେଶ ଚନ୍ଦ୍ର ନାହାକ, ମନ୍ମଥ ପ୍ରଧାନ, ବାବୁ ନାହାକ, ଲିଙ୍ଗରାଜ ନାହାକ, ପଦ୍ମ ଚରଣ ବସ୍ତିଆ, ଭଗବାନ ମଳିକ, ବିଦ୍ୟାଧର ନାହାକ, ଦେବରାଜ ମଣ୍ଡଳ, ନାରାୟଣ ନାହାକ, ଅମୂଲ୍ୟ ନାହାକ, ମୁରଲୀ ବିଶ୍ବାଳ, ଭକ୍ତି ନାହାକ, ସତ୍ୟନାରାୟଣ ନାହାକ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ବଳରାମ ପ୍ରଧାନ ଧନ୍ୟବାଦ ଅର୍ପଣ କଲେ ।

Leave a Reply

Your email address will not be published. Required fields are marked *