ପୁରୀ ରେ ଆୟୋଜିତ ୨୩ତମ ଲୋକମେଳା ଓ ୧୬ତମ କୃଷିମେଳା ର ଶୁଭାରମ୍ଭ

ପୁରୀ ( ବଳରାମ ତ୍ରିପାଠି,ଓଡ଼ିଶା ଟୁଡେ) :ପୁରୀରେ ଆୟୋଜିତ ୨୩ତମ ଲୋକମେଳା (Folk Fair) ଓ ୧୬ତମ କୃଷିମେଳା (Krishi Fair)ର ଶୁଭାରମ୍ଭ : ଏହି ଆୟୋଜନ ଜନଜାତି ସମାଜର ଗୌରବମୟ କଳା, ସଂସ୍କୃତି ଓ ପରମ୍ପରା ସହ ଅନ୍ନଦାତା କୃଷକମାନଙ୍କର ପରିଶ୍ରମ ଓ ସାମର୍ଥ୍ୟର ଏକ ଅଦ୍ୱିତୀୟ ସଙ୍ଗମ ।ମେଳା ସମୟରେ ଜନଜାତି ସମାଜ ଓ କୃଷକମାନଙ୍କ ସହିତ ସଂପୃକ୍ତ ବିଭିନ୍ନ ପ୍ରଦର୍ଶନୀଗୁଡିକୁ ଦେଖି ମନ ଗର୍ବ ଓ ଉତ୍ସାହରେ ପୂର୍ଣ୍ଣ ହୋଇଥିଲା ।ଏହି ଆୟୋଜନକୁ ନିଜ ପ୍ରତିଭା, ପରିଶ୍ରମ ଓ ସାଂସ୍କୃତିକ ରଙ୍ଗରେ ଜୀବନ୍ତ କରିଥିବା ସମସ୍ତ କଳାକାର ଓ କୃଷକଙ୍କୁ ସମ୍ମାନିତ କରି ହୃଦୟପୂର୍ଣ୍ଣ ଶୁଭେଚ୍ଛା ଜାନାଥିଲେ । ଏହି ମେଳା ଆମର ସାଂସ୍କୃତିକ ବିବିଧତା ଓ ଗ୍ରାମୀଣ ସଶକ୍ତିକରଣର ଏକ ସଶକ୍ତ ପ୍ରତୀକ ।ଏହି ଅବସରରେ ରାଜ୍ୟସଭା ସଦସ୍ୟ ଶ୍ରୀ ସୁଭାଶିଷ ଖୁଣ୍ଟିଆ ମହୋଦୟ, ପୁରୀର ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ, ଭାଜପା ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ରନାଥ ତରାଇ ଓ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଲେ ।

Leave a Reply

Your email address will not be published. Required fields are marked *