ଭଞ୍ଜନଗର : ଦକ୍ଷିଣ ଘୁମୁସର ଡ଼ିଏଫଓଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବୁଧବାର ଅପରାହ୍ନରେ ଡିଏଫ୍‌ଓ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସିଏଫ୍‌ ପ୍ରଦୀପ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଡିଏଫ୍‌ଓ ଆଚାର୍ଯ୍ୟ ସଭାରେ ତାଙ୍କର କର୍ମମୟ ଜୀବନ ସମ୍ପର୍କରେ କହିଥିଲେ। ଶୂଳପାଣି ଶତପଥି ସଭାକୁ ସଂଯୋଜନା କରିଥିଲେ। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ବନ୍ୟପ୍ରାଣୀ ସୁରକ୍ଷା ସଭ୍ୟ ରମେଶ ପାତ୍ର, ଏ ସି ଏଫ ରଶ୍ମି ରଞ୍ଜନ ସ୍ବାଇଁ, ରେଞ୍ଜର ବିମ୍ବାଧର ସାହୁ, ପୋଲସରା ରେଞ୍ଜର ଅନିଲ ପଣ୍ଡା, ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା, ବଡଗଡ଼ ରେଞ୍ଜର ଅଞ୍ଜନ ନାୟକ ,ସୋରଡା ଏ ସି ଏଫ ନିହାର ରଞ୍ଜନ ମଲ୍ଲିକ, ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର, ପୁର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁରେଶ ସାଇଁ, ଅନୁପମ ବାନାର୍ଜୀ, ଖବରଦାତା ଲୋକନାଥ କର,ବାବୁଲା ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇ ଆଚାର୍ଯ୍ୟଙ୍କ କର୍ମମୟ ଜୀବନ ସମ୍ପର୍କରେ କହିଥିଲେ। ଆଚାର୍ଯ୍ୟ ଏଠାରେ ଦାୟିତ୍ୱ ନେବାପରେ କାଠ ଚୋରିକୁ ରୋକିବା ସହ ନୂତନ ବନୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏଥିସହ କର୍ମଚାରୀ ମଧ୍ୟରେ ସମନ୍ବୟ ରକ୍ଷା କରି ବିଭାଗକୁ ବହୁ ଆଗକୁ ନେବାରେ ଆଚାର୍ଯ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ବକ୍ତାମାନେ କହିଥିଲେ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ କ୍ୟାଡର ଆଇଏଫ୍‌ଏସ୍‌ ଅଧିକାରିଣୀ ଭିପାସା ପାରୁଲ ଓଡ଼ିଶା କ୍ୟାଡର୍‌କୁ ଆସିବା ପରେ ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀଣୀ ଭାବେ ବଦଳି ହୋଇଛନ୍ତି। ସେ ଆସନ୍ତାକାଲି ତାଙ୍କର ନୂତନ ଦାୟିତ୍ୱରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ବର୍ତ୍ତମାନର ଡିଏଫ୍‌ଓ ଆଚାର୍ଯ୍ୟଙ୍କ ଅନ୍ୟତ୍ର ବଦଳି ହୋଇ ନ ଥିବା ଯୋଗୁ ସେ ଭୁବନେଶ୍ୱର ପିସିସିଏଫ୍‌ କାର୍ଯ୍ୟାଳୟରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ଏଠାରୁ ରିଲିଭ ହେବାପରେ ପିସିସିଏଫ୍‌ କାର୍ଯ୍ୟାଳୟରେ ଯୋଗଦେବେ ।

Leave a Reply

Your email address will not be published. Required fields are marked *