
ବେଲଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ମଦନଗଣ୍ଡାପଲ୍ଲୀରେ ଜଣେ ଯୁବତୀଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଅଙ୍ଗଦ ମଲ୍ଲିକ(୩୧) ବିବାହର ପ୍ରଲୋଭନ ଦେଖାଇ ତିନି ବର୍ଷ ତଳୁ ଯୁବତୀ ସହ ଶାରୀରୀକ ସମ୍ପର୍କ ରଖି ଆସୁଥିଲା I କିନ୍ତୁ ପରବର୍ତ୍ତୀ ସମୟରେ ଅଙ୍ଗଦ ଯୁବତୀ ସହ କୌଣସି ସମ୍ପର୍କ ରଖିବାକୁ ମନା କରିବା ସହ ବିବାହ କଥାକୁ ଫାଙ୍କିବାକୁ ବସିଥିବାରୁ ଯୁବତୀ ଜଣଙ୍କ ଘଟଣା ସମ୍ପର୍କରେ ନିଜ ପରିବାରରେ ଜଣାଇଥିଲେ I ଏଥିରେ କ୍ଷୁବ୍ଧ ହୋଇ ମଦନ ଯୁବତୀଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା I ଏନେଇ ପୀଡ଼ିତା ଜଣଙ୍କ ଗାଙ୍ଗପୁର ଥାନାର ଦ୍ୱାରସ୍ଥ ହେବା ପରେ ତାଙ୍କ ଏତାଲାକୁ ଭିତ୍ତିକରି ଗାଙ୍ଗପୁର ଥାନାରେ ୪୧୭/୨୫ ରେ ଏକ ମାମଲା ରୁଜୁ ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟଚାଲାଣ କରାାଯାଇଥିବା ଥାନା ଅଧିକାରିଣୀ ଶୁଭଲଷ୍ମୀ ପୂଜାରୀ ସୁଚନା ଦେଇଛନ୍ତି ।