
ଛତ୍ରପୁର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ରାଜ୍ୟସରକାର ଙ୍କ ନିୟମାବଳି ଅନୁଯାୟୀ ଗଂଜାମ ଏସପି ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦ୍ଧେଶ କ୍ରମେ ଛତ୍ରପୁର ଥାନା ପକ୍ଷରୁ କଡ଼ାକଡ଼ି ଭାବେ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଚାଲିଛି । ଶୁକ୍ରବାର ମଧ୍ୟ ଛତ୍ରପୁର ଥାନା ପକ୍ଷରୁ ନେତାଜୀ ଛକ,ଅପରବସଷ୍ଟାଣ୍ଡ , ଡି ଆର ଡି ଏ, କଲେଜ୍ ଛକ ବିଭିନ୍ନ ଜାଗା ରେ ଛତ୍ରପୁର ଥାନା ଏସଆଇ ବିନାୟକ କୁମାର ଦାସ ନେତୃତ୍ୱରେ ୧୫ ଟି ବିଭିନ୍ନ ଗାଡି ଯାଞ୍ଚ କରି ୧୫ ୦୦୦ ରୁ ଉର୍ଦ୍ଧ୍ ଟଙ୍କା ଜରିମାନା ଆଦାୟ ଛତ୍ରପୁର ପୋଲିସ ପକ୍ଷରୁ କରାଯାଇଛି ।