ଆସିକା : ବସ – ବାଇକ ଧକ୍କା ; ଜଣେ ମୃତ୍ୟୁ

ଆସିକା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଆସିକା ଥାନା ଇଲାକାର କଳିଙ୍ଗ ରୋଡ଼ ସ୍ଥିତ ପାକଲାପଲ୍ଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ହୋଇଛି l ମୃତ ଜଣଙ୍କ ହେଲେ ହିଞ୍ଜିଳିକାଟୁ ଥାନା ଇଲାକାର ପୋଚିଳିମା ଗ୍ରାମର ଡି.ଗୋପାଳ(୩୯) ପିତା ଡି. କୃଷ୍ଣ ଅଟନ୍ତି l ଶୁକ୍ରବାର ପୂର୍ବାହ୍ନ ସମୟରେ ଗୋପାଳ ଟି ଏସ ୦୭ ଜେ ଜେ ୯୩୫୫ନମ୍ବରର ଗୋଟିଏ ହିରୋ ଏଚ ଏଫ ଡୀଲକ୍ସ ଗାଡ଼ିରେ ଭଞ୍ଜନଗର ଯାଉଥିବା ସମୟରେ ବ୍ରହ୍ମପୁର ରୁ ବାଲିଗୁଡା ଅଭିମୁଖେ ଯାଉଥିବା ଓଡି ୩୨ଡି ୩୧୫୫ ନମ୍ବର ନାରାୟଣୀ ବସ ସହିତ ଧକ୍କା ହୋଇଥିଲା l ସଂଗେ ସଂଗେ ଅଂଚଳ ବାସୀ ଦମକଳ ବାହିନୀ ସାହାଯ୍ୟରେ ଗୁରୁତର ଅବସ୍ଥାରେ ଗୋପାଳ କୁ ଆସିକା ଉପ ଖଣ୍ଡ ଚିକିତ୍ସଳୟ କୁ ଚିକିତ୍ସା ପାଇଁ ଆଣି ଥିଲେ l ମେଡିକାଲ ରେ କାର୍ଯ୍ୟରତ ଡାକ୍ତର ତାଙ୍କ ମୃତ୍ଯୁ ଘୋଷଣା କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଗୋପାଳ ର ବଡ଼ ଭାଇ ମନୋଜ ର ଅଭିଯୋଗ ଆଧାର ରେ ଥାନା କେଶ ନମ୍ବର ୩୯୦/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି l ପୋଲିସ ଗାଡି ଜବତ କରି ଡ୍ରାଇଭର କୁ ଅଟକ ରଖିଛି l ଶବ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରିଛନ୍ତି l ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

Leave a Reply

Your email address will not be published. Required fields are marked *