ଘୁ. ନୂଆଗାଁ ସେତୁ ନିକଟରେ ୨୦ ଫୁଟ ତଳକୁ ଓଲଟିଲା ପିକଅପ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ବାରମ୍ବାର ଛୋଟ ବଡ ଦୁର୍ଘଟଣା ଘଟୁଛି। ଫଳରେ ବିଗତ ଦିନରେ ଏକାଧିକ ମୃତାହତ ହୋଇଛନ୍ତି। ସେତୁର ଶେଷ ଭାଗରେ ହୋଇଥିବା ଗୋଲେଇ ରାସ୍ତାରେ କିଛି ଟା ସମସ୍ୟା ଅଛି। ତେଣୁ ବାରମ୍ବାର ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଏହିଭଳି ଶନିବାର ଅପରାହ୍ନରେ ଏକ ପିକଅପ ଭ୍ୟାନ ବେଲଗୁଣ୍ଠା ଅଭିମୁଖେ କିଛି ମାଲ ଆଣିବାକୁ ଯାଉଥିଲା। ନୂଆଗାଁ ସେତୁ ନିକଟରେ ଚାଳକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ପ୍ରାୟ ୨୦ ଫୁଟରୁ ଊଦ୍ଧର୍‌ବ ତଳକୁ ଓଲୋଟି ପଡ଼ିଥିଲା। ଫଳରେ ଗାଡ଼ିର ଚାଳକ ଏବଂ ସେଥିରେ ବସିଥିବା ଆଉ ଦୁଇଜଣ ସାମାନ୍ୟ ଆହତ ହୋଇଥିଲେ । ଏହାପରେ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଆହତ ମାନଙ୍କ ଚିକିତ୍ସା ବ୍ୟବସ୍ଥା କରିଛି ।

Leave a Reply

Your email address will not be published. Required fields are marked *